ମୋନ୍ଥା’ର ମୁକାବିଲା ପାଇଁ ବିଏମସିର ପ୍ରସ୍ତୁତ

ଭୁବନେଶ୍ବର,୨୭।୧୦:  ବାତ୍ୟା ମୋନ୍ଥାକୁ ନେଇ ବିଏମସିର ପ୍ରସ୍ତୁତି ।  ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବା ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି। ବର୍ଷା ପ୍ରଭାବରେ ଜଳବନ୍ଦୀ, ବନ୍ଯା, ଗଛ ପଡିବା, ବିଦ୍ୟୁତ ତାର ଛିଣ୍ଡିବାର ସମ୍ଭାବନା ରହିଛି । ଏ ନେଇ ବିଏମସି  ରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇ ସ୍ବତନ୍ତ୍ର ଟିମ ଗଠନ ହୋଇଛି। ବର୍ଷା ପବନ ପରେ ଯଦି କିଛି ଅଘଟଣ ଘଟେ ତେବେ କିଭଳି ସଫେଇ ହେବ, ଡ୍ରେନେଜ ସମସ୍ଯା ନହେବ ସେ ନେଇ ଯୋଜନା ହୋଇଛି।ତେବେ ଏନେଇ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇ ତଦାରଖ କରାଯାଉଛି । ଗ୍ରାଉଣ୍ଡରେ କଇଛି ଅଭିଯୋଗ ଆସିଲେ ସାଙ୍ଗେ ସାଙ୍ଗେ ତାର ସମାଧାନ କରାଯିବ ହେଲ୍ପଲାଇନ ନମ୍ବର- ୧୯୨୯କୁ ଫୋନ କରି ଲୋକେ ସମସ୍ୟା କହିପାରିବେ । କେଉଁଠି କଣ ଘଟିଲା ଏହି ନମ୍ବରରେ ଜଣାଇପାରିବେ ରାଜଧାନୀବାସୀ । ଲୋକଙ୍କ ଅଭିଯୋଗ ଶୁଣି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ । ୩ଟି ସିପ୍ଟରେ କର୍ମଚାରୀ ରହି ବାତ୍ୟାର ମୁକାବିଲା କରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!