ନୂଆଦିଲ୍ଲୀ,୨୭।୧୦: ଭାରତର ନିର୍ବାଚନ କମିଶନ (ଇସିଆଇ) ଦେଶବ୍ୟାପୀ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ବିହାରରେ SIRର ସଫଳ କାର୍ଯ୍ୟାନ୍ବୟନ ପରେ, SIRର ଦ୍ୱିତୀୟ ପର୍ଯ୍ୟାୟ ଏବେ ଦେଶର ଅନ୍ୟ ମନୋନୀତ ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ ହେବ। ଏହି ଦ୍ୱିତୀୟ ପର୍ଯ୍ୟାୟ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ।ଦ୍ଵିତୀୟ ପର୍ଯ୍ୟାୟ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ ବା SIR 2.0 ଖୁବଶୀଘ୍ର ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ SIR(Special Intensive Revision) ଲାଗୁ କରାଯିବ। ପର୍ଯ୍ୟାୟକ୍ରମେ ସାରା ଦେଶରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି।ଇସି କହିଛନ୍ତି ଯେ, ଜାଲ ଭୋଟରଙ୍କୁ ଭୋଟର ତାଲିବାକୁ ବାଦ ଦେବା SIR ର ମୂଳ ଉଦ୍ଦେଶ୍ୟ। ବିହାରରେ ସଫଳତାର ସହିତ SIR କାର୍ଯ୍ୟକାରୀ ହୋଇଛି। ଏହି ପ୍ରକ୍ରିୟାରେ ବିହାରରେ ସାଢ଼େ ୭ କୋଟି ଭୋଟର ଭାଗ ନେବା ସ୍ଵାଗତଯୋଗ୍ୟ। ବିହାରରେ ଏହାର ସଫଳତା ପରେ ସାରା ଦେଶରେ SIR କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। SIR ଜରିଆରେ ଅଯୋଗ୍ୟ ଭୋଟରମାନଙ୍କର ନାମ କଟିବ। ନିର୍ବାଚନ ପ୍ରକ୍ରିୟାରେ ସ୍ଵଚ୍ଛତା ବୃଦ୍ଧି ପାଇବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |