୬ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ

କଟକ,୨୮।୧୦:   ଜଗତସିଂହପୁର ପୁଲିସ୍ ୬ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୭୦ଗ୍ରାମ୍‌ ବ୍ରାଉନସୁଗାର, ଗୋଟିଏ ସ୍କୁଟି ଓ ୩ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ତେବେ ଗିରଫ ଅଭିଯୁକ୍ତମାନେ ଜଗତସିଂହପୁର ଓହଳ ଗାଁର ସୌମ୍ୟଜିତ ପରିଜା,ସ୍ଵପ୍ନଜିତ ପରିଜା ଓ ତୁଷାର ରଞ୍ଜନ ଦାସ, ଆଭିଜାତ୍ୟ ସାହୁ , ରଞ୍ଜନ କୁମାର ଗୋଛାୟତ ଏବଂ ନାଉଗାଁ ଥାନା ଅଞ୍ଚଳର ରଞ୍ଜିତ ଦାସ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ ଫେରାର ଥିବା ଜଗତସିଂହପୁର ପୁଲିସ୍ ସୂଚନା ଦେଇଛନ୍ତି । ପୁଲିସ୍‌ ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରିଥିବାବେଳେ ଜଣେ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!