ଚୋରା ଚାଲାଣ,୧୬ଶହ ୬୦ କିଲୋ ଗଞ୍ଜେଇ ଜବତ

ମାଲକାନଗିରି ,୨୯ା୧୦:୧୭ କୋଟିର ଗଞ୍ଜେଇ। ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣ ଯୋଜନା ପଣ୍ଡ। ମାଲକାନଗିରିରୁ ୨୪ ଘଣ୍ଟାରେ ଜବତ ହୋଇଛି ଏତେ ପରିମାଣର ଗଞ୍ଜେଇ। ୩ଟି ପୃଥକ ପୃଥକ ସ୍ଥାନରେ ଚଢାଉ କରି ପୋଲିସ ଜବତ କରିଛି ୧୬ଶହ ୬୦ କିଲୋ ଗଞ୍ଜେଇ। ଏହି ଘଟଣାରେ ଉତ୍ତରପ୍ରଦେଶର ୩ ଜଣ ମାଫିଆ ଗିରଫ ହୋଇଛନ୍ତି।କାଲିମେଳା, ବାଲିମେଳା ଓ ଚିତ୍ରକୋଣ୍ଡାରୁ ଜବତ ହୋଇଛି ଗଞ୍ଜେଇ। ବାଲିମେଳା ଥାନାରେ ଅଭିନବ ଉପାୟରେ କଣ୍ଟେନରରେ ୭୭୦ କିଲୋ ଗଂଜେଇ ଚାଲାଣ ବେଳେ ମାଡି ବସିଥିଲା ବାଲିମେଳା ପୋଲିସ। ସେହିପରି ଚିତ୍ରକୋଣ୍ଡାରେ ୬୪୦ କିଲୋ ଓ କାଲିମେଳାରେ ୨୫୦ କିଲୋ ଗଂଜେଇ ମାଫିଆମାନେ ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇ ରଖିଥିଲେ। ଖବର ପାଇ ରେଡ୍ କରିଥିଲା ପୋଲିସ। ଗଞ୍ଜେଇ ଜବତ ହୋଇଥିବା ବେଳେ ଚମ୍ପଟ ମାରିଛନ୍ତି ମାଫିଆ। ସମଗ୍ର ଦେଶରେ ଏହା ସବୁଠୁ ବଡ଼ ଧରଣର ଗଞ୍ଜେଇ ଜବତ ବୋଲି ମାଲକାନଗିରି ଏସପି ବିନୋଦ ପାଟିଲ୍ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!