ବାତ୍ୟା ‘ମୋନ୍ଥା’: ଆସନ୍ତାକାଲିଠୁ କ୍ଷୟକ୍ଷତି ଆକଳନ

ଭୁବନେଶ୍ୱର,୨୯ା୧୦:ବାତ୍ୟା ମନ୍ଥା ଦ୍ଵାରା ରାଜ୍ୟର ୩୩ ବ୍ଲକ ଏବଂ ୧୧ ସହରାଞ୍ଚଳ ପ୍ରଭାବତି ହୋଇଛି। ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର ଏହି ତଥ୍ୟ ପ୍ରଦାନ କରିଛନ୍ତି। ଆସନ୍ତାକାଲିଠାରୁ ଅର୍ଥାତ ଗୁରୁବାରଠାରୁ କ୍ଷୟକ୍ଷତି ଆକଳନ କରାଯିବ ବୋଲି ସେ କହିଛନ୍ତି।  ବାତ୍ୟା ‘ମୋନ୍ଥା’ ପରେ ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଖୁବ ଶୀଘ୍ର ଆକଳନ ହେବ କ୍ଷୟକ୍ଷତି। ଆସନ୍ତାକାଲି ଠାରୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ। କ୍ଷତି ହୋଇଥିବା ଶସ୍ୟ ଠିକ ଆକଳନ କରିବେ ଅଧିକାରୀ। ୭୨ ଘଣ୍ଟାରେ ଦେବେ ରିପୋର୍ଟ। ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲାରୁ କର୍ମଚାରୀଙ୍କୁ ଅଣାଯିବ। ବହୁଜାଗାରେ ଘର କାନ୍ଥ ପଡିଛି ସେମାନଙ୍କୁ ପଲିଥିନ ଦିଆଯାଇଛି। ଘର କ୍ଷତି ହୋଇଥିଲେ ଆକଳନ ପରେ କ୍ଷତି ପୂରଣ ଦିଆଯିବ। ଆକଳନ ବେଳେ ବ୍ୟାଙ୍କ ଖାତା, ଆକାଉଣ୍ଟ ନଂ ମାଗିବେ ଅଧିକାରୀ। ଅନଲାଇନରେ ତୁରନ୍ତ ଦିଆଯିବ କ୍ଷତି ପୂରଣ । ୩୧ ତାରିଖ ଯାଏଁ ସତର୍କ ରହିବାକୁ ପଡିବ।ମନ୍ତ୍ରୀ କହିଛନ୍ତି, ମନ୍ଥା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ଅନେକ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଗଜପତି ଜିଲା ଗୋଷାଣୀ ନୂଆଗାଁ ବ୍ଲକରେ ସର୍ବାଧିକ ୧୫୦ ମିମି ବର୍ଷା ରେକର୍ଡ ହୋଇଛି। ରାଜ୍ୟର ୫୬ଟି ବ୍ଲକରେ ୫୦ରୁ ୧୦୦ ମିମି ବର୍ଷା ହୋଇଛି। ୩୬୨ ମୁକ୍ତ ରୋଷଶାଳାରେ ୧୮ ହଜାର ୭୬୨ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ଗୁରୁବାରଠାରୁ ବିଭିନ୍ନ ବିଭାଗ କ୍ଷୟକ୍ଷତି ଆକଳନ କରିବେ। କିଛି ସ୍ଥାନରେ ଘର କ୍ଷୟକ୍ଷତି ହେବାର ସୂଚନା ମିଳିଛି। ରିପୋର୍ଟ ଆସିବା ପରେ ତୁରନ୍ତ ସରକାର କ୍ଷତିପୂରଣ ପ୍ରଦାନ କରିବେ। ବାତ୍ୟାକୁ ଦୃଷ୍ଟିରେ ରଖି ୧୯ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ୨୧୯୮ ଆସନ୍ନ ପ୍ରସବାଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!