ନୂଆଦିଲ୍ଳୀ,,୨୯ା୧୦: ବୁଧବାର ଦିନ ଅମ୍ବାଲା ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯୁଦ୍ଧ ବିମାନରେ ପ୍ରାୟ ୩୦ ମିନିଟ୍ ଧରି ଉଡ଼ାଣ ଶେଷ କରିବା ପରେ ଅମ୍ବାଲା ବାୟୁସେନା ଘାଟିରେ ସ୍କ୍ୱାଡ୍ରନ୍ ଲିଡର ଶିବାଙ୍ଗୀ ସିଂହଙ୍କ ସହ ଦେଖିବାକୁ ମିଳିଛନ୍ତି ରାଷ୍ଟ୍ରପତି।ଭାରତୀୟ ବାୟୁ ବୀରଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଅମ୍ବାଲା ଏୟାରବେସରେ ଭାରତର ସବୁଠୁ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ୍ ଉଡ଼ାଇଛନ୍ତି ରାଷ୍ଟ୍ରପତି। ଅପରେସନ୍ ସିନ୍ଦୂର ବେଳେ ୧୭ତମ ରାଫେଲ ସ୍କ୍ୱାଡ୍ରନ୍ ହିଁ ପାକିସ୍ତାନକୁ ଧୂଳି ଚଟାଇଥିଲା। ପାକିସ୍ତାନର ଗୋଟି ଗୋଟି ଷଡ଼ଯନ୍ତ୍ରକୁ ଆକଶରେ ହିଁ ଫୁସ୍ କରିଥିଲା।ଆଜି ସେଇ ୧୭ତମ ରାଫେଲ ସ୍କ୍ୱାଡ୍ରନ୍ ରେ ବସି ଆକାଶ ମାର୍ଗରେ ରାଫେଲର ପରାକ୍ରମ ପରଖିଥିଲେ ରାଷ୍ଟ୍ରପତି। ଖାଲି ସେତିକି ନୁହେଁ ଯେଉଁ ମିଛୁଆ ପାକିସ୍ତାନ ଭାରତର ବୀର ସ୍କ୍ବାର୍ଡନ୍ ଲିଡର୍ ଶିବାଙ୍ଗୀ ସିଂଙ୍କୁ ଯୁଦ୍ଧ ବନ୍ଦୀ ରଖିଥିବା ସେତେବେଳେ କହିଥିଲା ତାଙ୍କର ସହ ଫଟୋ ମଧ୍ୟ ସେୟାର କରିଛନ୍ତି। ଏ ଫଟୋ ସାରା ବିଶ୍ବ ଆଗରେ ପାକିସ୍ତାନର ଚେହେରାକୁ ପଦାରେ ପକାଇଛି। ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନ କହିଥିବା ମିଛର ପର୍ଦ୍ଦାଫାସ ହୋଇଛି । ପାକିସ୍ତାନ ଭାରତୀୟ ରାଫେଲ୍ ଜେଟ୍ ଖସାଇ ଦେଇଥିବା ଏବଂ ଜଣେ ପାଇଲଟ୍ଙ୍କୁ ବନ୍ଦୀ କରିଥିବା ଦାବି କରିଥିଲା। ପାଇଲଟ୍ ଶିବାଙ୍ଗୀ ସିଂହଙ୍କୁ ବନ୍ଦୀ କରାଯାଇଥିବା ନେଇ ସୋସିଆଲ ମିଡିଆରେ ମିଛ ରିପୋର୍ଟ ମଧ୍ୟ ପ୍ରସାରିତ କରିଥିଲା ପାକିସ୍ତାନ ।ଭାରତ ପକ୍ଷରୁ ସେତେବେଳେ ଏହାକୁ ଭିତ୍ତିହୀନ ବୋଲି କୁହାଯାଇ ତୁରନ୍ତ ଖଣ୍ଡନ କରାଯାଇଥିଲା । ନିକଟରେ ଶିବାଙ୍ଗୀଙ୍କୁ ବାୟୁସେନା ପକ୍ଷରୁ ଚେନ୍ନାଇରେ ସମ୍ୱର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସହ ଶିବାଙ୍ଗୀଙ୍କ ଫଟୋ ପାକିସ୍ତାନକୁ ଏକ ଶକ୍ତ ଚାପୁଡା ସଦୃଶ ହୋଇଛି । କାରଣ ଶିବାଙ୍ଗୀ ଯୁଦ୍ଧ ବନ୍ଦୀ ବୋଲି ପାକିସ୍ତାନ ସେତେବେଳେ କହିଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |