କଟକ,୨୯ା୧୦:ରେଭେନ୍ସା ବିଶ୍ବବିଦ୍ୟାଳୟରେ ଝାଡାବାନ୍ତି ଆତଙ୍କ। ୧୫ ରୁ ଅଧିକ ଜଣ ଅସୁସ୍ଥ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ରେଭେନ୍ସା ବିଶ୍ବବିଦ୍ୟାଳୟର ଇଷ୍ଟ ହଷ୍ଟେଲରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୧୫ ଜଣ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ସମସ୍ତେ ହଠାତ ଅସୁସ୍ଥ ଅନୁଭବ କରିବାରୁ ସହପାଠୀ ମାନେ ତାଙ୍କୁ ମେଡିକାଲକୁ ନେଇଥିଲେ। ଖାଦ୍ୟ ନଚେତ ଅପରିଷ୍କାର ଜଳ ପିଇବା ପରେ ଏପରି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, ହଷ୍ଟେଲର ପାଣି ପିଇ ଛାତ୍ର ଅସୁସ୍ଥ ହୋଇଛନ୍ତି। ଏଥିପାଇଁ ପାଣିକୁ ପରୀକ୍ଷା ପାଇଁ ପଠାଯାଇଛି। କୁହାଯାଉଛି ଯେ, ଗତକାଲି ରାତିରେ ହଷ୍ଟେଲର ଛାତ୍ରମାନେ ବାସି ଅଣ୍ଡା ତଡକା, ଭଜା, ରୁଟି ଓ ଭାତ ଖାଇଥିଲେ। ତେବେ ଏହା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ରେଭେନ୍ସାର ଅନ୍ୟ ଏକ ହଷ୍ଟେଲର ଛାତ୍ରମାନେ ଅସୁସ୍ଥ ହୋଇପଡ଼ିଥିଲେ।ହଷ୍ଟେଲ ରହୁଥିବା ଛାତ୍ରଙ୍କ କହିବା ମୁତାବକ, ହଷ୍ଟେଲ ବହୁତ ଅବ୍ୟବସ୍ତା ଭିତରେ ଚାଲୁଛି। ଦୁଇଟି Aquaguard ରହିଛି। ହେଲେ ସେଥିରୁ ଗୋଟେ ଆକୁଆଗାର୍ଡ ଖରାପ ହୋଇଯାଇଛି। ଏବେ ମାତ୍ର ଗୋଟାଏ Aquaguard ଚାଲିଥିବା ବେଳେ ତା’ର ମଧ୍ୟ ଠିକ ଭାବେ ସର୍ଭିସିଂ ହେଉନାହିଁ। ବାରମ୍ବାର ଭିସି, ହଷ୍ଟେଲ ୱାର୍ଡେନ, ରେଜିଷ୍ଟ୍ରାରଙ୍କୁ କହିବା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |