ନୂଆଦିଲ୍ଲୀ, ୨୯/୧୦: ଗାଜାରେ ପୁଣି ରକ୍ତପାତ । ଶକ୍ତିଶାଳୀ ଆକ୍ରମଣରେ ଥରିଛି ଗାଜା । ନେତାନ୍ୟାହୁଙ୍କ ନିର୍ଦ୍ଦେଶରେ IDF ହମଲା । ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମା ହମାସ ଉଲ୍ଲଂଘନ କରିବା ପରେ ଇସ୍ରାଏଲ ଗାଜା ଉପରେ ପୁଣି ଏକ ଆକ୍ରମଣ କରିଥିଲା । ଯେଉଁଥିରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଛି ।ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଇସ୍ରାଏଲୀ ସେନାକୁ ଗାଜା ଷ୍ଟ୍ରିପରେ ତୁରନ୍ତ ଆକ୍ରମଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ଆକ୍ରମଣ ହୋଇଥିଲା ବୋଲି ଆଇଡିଏଫ୍ କହିଛି। ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିବାର ନିଷ୍ପତ୍ତି ବିଷୟରେ ଆମେରିକାକୁ ଜଣାଇ ଦେଇଥିଲା। ଜଣେ ସାମରିକ ଅଧିକାରୀ କହିଛନ୍ତି ଯେ ହମାସର ଯୋଦ୍ଧାମାନେ ପ୍ରଥମେ ଇସ୍ରାଏଲୀ ସେନା ଉପରେ ଆକ୍ରମଣ କରିଥିଲେ। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ ହମାସ ଆତଙ୍କବାଦୀମାନେ ୟେଲୋ ଲାଇନର ପୂର୍ବରେ ଇସ୍ରାଏଲୀ ସେନା ଉପରେ ଆକ୍ରମଣ କରିଥିଲେ । ଯାହା ଗାଜାର ଇସ୍ରାଏଲୀ-ଅଧିକୃତ ଅଂଶକୁ ଅନ୍ୟ ଏନକ୍ଲେଭରୁ ପୃଥକ କରିଥାଏ । ରାଫା ଅଞ୍ଚଳରେ ନିୟୋଜିତ ସୈନିକମାନଙ୍କୁ ରକେଟ୍-ଚାଳିତ ଗ୍ରେନେଡ୍ ଏବଂ ସ୍ନାଇପର ଫାୟାର କରାଯାଇଥିଲା । ଜବାବରେ ଇସ୍ରାଏଲ ଗାଜା ଷ୍ଟ୍ରିପରେ ଏକ ଏୟାରଷ୍ଟ୍ରାଇକ କରିଥିଲା ।ଆକ୍ରମଣ ପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଚେତାବନୀ ଦେଇଥିଲେ ଯେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କର୍ମଚାରୀଙ୍କୁ ଟାର୍ଗେଟ କରିବା ପାଇଁ ହମାସକୁ ଭାରି ମୂଲ୍ୟ ଦେବାକୁ ପଡିବ । ମନ୍ତ୍ରୀ କହିଛନ୍ତି ଇସ୍ରାଏଲ ପୂର୍ଣ୍ଣ ବଳ ସହିତ ଜବାବ ଦେବ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |