ଦେଶରେ ପୋଲିସମାନେ ପିନ୍ଧିବେ ଗୋଟିଏ ପ୍ରକାରର ୟୁନିଫର୍ମ

ନୂଆଦିଲ୍ଲୀ, ୩୦୧୦: ଖୁବଶୀଘ୍ର ଲାଗୁ ହେବ ୱାନ ନେସନ ୱାନ  ପୋଲିସ ୟୁନିଫର୍ମ ପଲିସି । ଦେଶରେ ଏଣିକି ପୋଲିସ ମାନଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ ।  ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୋଲିସ ୟୁନିଫର୍ମ ଆଉ ରହିବ ନାହିଁ । ଏନେଇ ଓଡିଶା ସମେତ ୧୬ ରାଜ୍ୟ  ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଥ୍ୟ ମାଗିଲା ଗୃହ ମନ୍ତ୍ରାଳୟ ।ସାରା ଦେଶରେ ଖୁବଶୀଘ୍ର ଲାଗୁ ହେବ ୱାନ୍‌ ନେସନ ୱାନ୍‌ ପୁଲିସ ୟୁନିଫର୍ମ ପଲିସି । ଏଣିକି ପୁଲିସ ମାନଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ । ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ପୁଲିସ କର୍ମଚାରୀଙ୍କ ଭିନ୍ନ ଭିନ୍ନ ପୋଷାକ ରହିଥିବାରୁ ଏହାକୁ ବଦଳାଇ ଗୋଟିଏ ପ୍ରକାର ପୋଷାକ ପରିଧାନ ପାଇଁ ବ୍ୟବସ୍ଥା କରାଯିବ । ଏନେଇ ଓଡ଼ିଶା ସମେତ ୧୬ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଥ୍ୟ ମାଗିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।ଆନ୍ଧ୍ର, ଅରୁଣାଚଳ, ଆସାମ, ଗୋଆ, ହିମାଚଳ, ଝାଡଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକ୍କିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗକୁ ଏନେଇ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି । ନଭେମ୍ବର ୪ତାରିଖ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି । କେନ୍ଦ୍ରର ଚିଠି ପରେ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ତଥ୍ୟ ପାଇଁ ଡିଜିପି କଣ୍ଟ୍ରୋଲ ରୁମର ନିର୍ଦେଶ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!