ଭାରସାମ୍ୟ ହରାଇ ଲକ୍ଷ୍ମୀ ବସ୍ ଓଲଟିଲା

ଭୁବନେଶ୍ୱର,୩୦।୧୦: :  କୋଣାର୍କର କାଦୁଆ ପଞ୍ଚାୟତ ସମା ବ୍ରିଜ୍ ନିକଟରେ ଲକ୍ଷ୍ମୀ ବସ୍ ଓଲଟି ପଡ଼ିଛି। ଭାରସାମ୍ୟ ହରାଇ  ଲକ୍ଷ୍ମୀ ବସ୍‌ ନଦୀକୁ ଖସି ପଡ଼ିଛି।  କାକଟପୁରରୁ କୋଣାର୍କ ଅଭିମୁଖେ ଯାଉଥିବା ସମୟରେ ସମା କାଦୁଆ ନଦୀକୁ ବସ୍‌ଟି ଖସି ପଡ଼ିଛି।ବସ୍‌ର ଷ୍ଟ୍ରେରିଙ୍ଗ କାମ ନକରିବାରୁ  ଦୁର୍ଘଟଣା ଘଟିଥିବା ଡ୍ରାଇଭର କହିଛନ୍ତି। ଶେଷରେ ବସ୍ ନଦୀ ଭିତରକୁ ପଶି ଯାଇଥିବା ସେ କହିଛନ୍ତି। ଅନ୍ୟପଟେ ବେପରୁଆ ଗାଡିଚାଳନା ପାଇଁ ଏମିତି ଘଟିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।ବୁଧବାର ବ୍ରେକ୍‌ ଫେଲ୍‌ ହୋଇଯିବା ଯୋଗୁ ରାୟଗଡ଼ା  କାଶୀପୁର ବ୍ଲକ କାଙ୍ଗୁତୁମା ଘାଟି ତଳକୁ ଲକ୍ଷ୍ମୀ ବସ୍‌ ଖସି ପଡ଼ିଥିଲା। ଫଳରେ ୩ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!