ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର,୩୦ା୧୦:ବିବାଦର ଗୋଟିଏ ଦିନ ପରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଛି। ଗୁରୁବାର ସକାଳୁ ମଙ୍ଗଳ ଆଳତୀ ଅବକାଶ ସରିଛି। କିଛି ସମୟ ଭିତରେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା ଦେଇଛନ୍ତି।ପ୍ରାୟ ୨୪ଘଣ୍ଟା ପରେ ସ୍ୱାଭାବିକ ହୋଇଛି ମହାଭ୍ରପୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ସମର୍ଥା ନିଯୋଗର ସହଯୋଗ ପରେ ନୀତିକାନ୍ତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି । ଆଜି ସକାଳୁ ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲିଠୁ ସମର୍ଥା ନିଯୋଗ ସେବାୟତ ନୀତିକାନ୍ତି ବନ୍ଦ କରିବାରୁ ଉପାସରେ ରହିଥିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ସମର୍ଥା ସେବାୟତ ଦିଅଁଙ୍କ ଭୋଗ ପ୍ରସ୍ତୁତ ପାଇଁ ବିରିବଟା, ଚୁନାକୁଟା ମହାସୁଆର ସେବାୟତଙ୍କୁ ଯୋଗାଇଥାନ୍ତି ।ବୁଧବାର ସମର୍ଥା ନିଯୋଗର ବୁଲା ସମର୍ଥାଙ୍କ ନିଅଂଶ ପାଳିଥିଲା । ଉକ୍ତ ପାଳିକୁ ମନ୍ଦିର ପ୍ରଶାସନ ଯୋଗେନ୍ଦ୍ର ସମର୍ଥାଙ୍କ ଦ୍ୱାରା କରିଥାଏ । ଏବେ ଯୋଗେନ୍ଦ୍ର ସମର୍ଥା ନିଅଂଶ ପାଳି କରିବାକୁ ମନା କରିବାରୁ ତାଙ୍କ ପାଳି କରିବାକୁ କେହି ରଙ୍କକ୍ସକ୍ଟ ହୋଇନଥିଲେ । ଫଳରେ ଦିଅଁଙ୍କ ନୀତିକାନ୍ତି ହୋଇପାରିନଥିଲା । ଧର୍ମମାସ କାର୍ତ୍ତିକରେ ଦିଅଁ ସାରା ଦିନ ଉପାସରେ ରହିବାରୁ ଭକ୍ତଙ୍କ ମସହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ।ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ନୀତିକାନ୍ତିକୁ ବୁଧବାର ପାଳି ଥିବା ସମର୍ଥା ନିଯୋଗ ସେବାୟତମାନେ ବନ୍ଦ କରିଥିଲେ। ବୁଧବାର ସକାଳୁ ସାହାଣ ମେଲା, ସୂର୍ଯ୍ୟପୂଜା ପରେ ଦ୍ଵାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ ରହିଥିଲା। ଫଳରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଖାଡ଼ା ଉପାସରେ ରହିବାକୁ ପଡ଼ିଥିଲା। ମହାପ୍ରଭୁଙ୍କ ଠାରେ ଭୋଗ ଲାଗି ହୋଇ ନଥିବାରୁ ହଜାର ହଜାର ହବିଶ୍ୟାଳି ଧର୍ମମାସରେ ପ୍ରସାଦ ପାଇପାରି ନଥିଲେ। ମନ୍ଦିର ପ୍ରଶାସନ ବିବାଦରେ ହସ୍ତକ୍ଷପ କଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଉଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!