ଆସନ୍ତାକାଲି ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

ଭୁବନେଶ୍ୱର,୩୧।୧୦: ପୁଣି ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌। ସୁଭଦ୍ରା ପୋର୍ଟାଲରେ ଅନଲାଇନ ଆବେଦନ କରିପାରିବେ। ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।ସାମିଲ ହେବା ପାଇଁ ପୁଣି ଥରେ ସୁବର୍ଣ୍ଣ ସୁଯୋଗ ଆସିଛି। ଦୀର୍ଘ ଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ଆସନ୍ତାକାଲି ଠାରୁ ଖୋଲିବାକୁ ଯାଉଛି। ବୟସ କମ୍‌ ହୋଇଥିବା କାରଣରୁ ଗତ ଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିଲେ, ସେମାନେ ଆସନ୍ତାକାଲି ଠାରୁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିଲେ ସେହି ମହିଳାମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା଼ ସୂଚନା ଦେଇଛନ୍ତି।  ୨୧ ବର୍ଷ ହୋଇଥିଲେ କାଲି ଠାରୁ ଆପଣ ମଧ୍ୟ ସୁଭଦ୍ରା ଫର୍ମ ପୁରଣ କରିପାରିବେ। ସୁଭଦ୍ରା ପୋର୍ଟାଲରେ ଅନଲାଇନ ଯୋଗେ ଆବେଦନ କରିପାରିବେ। ଆବେଦନ କରିବା ପରେ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାରେ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଆଗରୁ ସୁଭଦ୍ରା ଯୋଜନାରେ ଅନେକ ମହିଳା ଓ ଯୁବତୀଙ୍କୁ ଟଙ୍କା ମିଳୁଥିବା ବେଳେ କିଛି ଯୁବତୀ ୨୧ ବର୍ଷରୁ କମ ବୟସର ହୋଇଥିବାରୁ ଏହି ଯୋଜନାରେ ଆବେଦନ କରିପାରିନଥିଲେ। ଏବେ ସେମାନେ ମଧ୍ୟ ଏଥିରେ ଆବେଦନ କରିବା ସହ ଏହାର ଲାଭ ଉଠାଇ ପାରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!