ନବରଙ୍ଗପୁର ( ମିହିର ଶଙ୍କର ପାତ୍ର), ୩୧।୧୦ :ଡ଼ାବୁଗାଁ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ସଦମହକୁମାରେ ଡ଼ାବୁଗାଁ ଥାନା ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶୁକ୍ରବାର ସକାଳ ୭ଘ ସମୟରେ ଏକତା ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଡ଼ାବୁଗାଁ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ହେମନ୍ତ ସାମଲ ଓ ଛାତ୍ର ଓ ଭୈରବ ମହାବିଦ୍ୟାଳୟ ର ଛାତ୍ର , ଡ଼ାବୁଗାଁ ଅଗ୍ନିଶମ ବିଭାଗ ର କର୍ମଚାରୀ ଓ ଡ଼ାବୁଗାଁ ର କିଛି ବ୍ୟକ୍ତି ଉପସ୍ଥିତ ରହି ଏହି ଏକତା ଦୌଡ ରେ ଭାଗ ନେଇଥିଲେ । ଏହି କର୍ଯ୍ୟ କ୍ରମ ରେ ଡ଼ାବୁଗାଁ ଥାନା ପରିଶର ରୁ ଦୌଡ ଆରମ୍ଭ ହୋଇ ଡ଼ାବୁଗାଁ ଅଙ୍ଗିନଦୀ ପୋଲ ପର୍ଯ୍ୟନ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଡ଼ାବୁଗାଁ ଥାନା ପକ୍ଷରୁ ସବଇନକ୍ସପେକ୍ଟର ବିଜୟ କୁମାର ସାହୁ , ସବଇନକ୍ସପେକ୍ଟର ଚନ୍ଦନ ସାହୁ ଏଏସଆଇ ଗୋପାଳ କୃଷ୍ଣ ହାଲ୍ଵା, ଏଏସଆଈ ଚନ୍ଦ୍ର ସେଖର ହଜାରୀ ଓ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |