ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର), ୩୧।୧୦ :ବର୍ତ୍ତମାନ ପ୍ରବଣ ଋତୁ ଚାଲିଛି। କାର୍ତ୍ତିକ ମାସ ଯୋଗୁଁ ମନ୍ଦିର ମାନଙ୍କ ରେ ଭକ୍ତ ମାନଙ୍କ ଗାଡି ଚଳା ଚଳ ବୃଦ୍ଧି ପାଉଛି। କିଛିଦିନ ପରେ କାର୍ତ୍ତିକ ଶେଷ ସମବାର ଏବଂ ପୂର୍ଣ୍ଣିମା ଉପଲକ୍ଷେ ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ତଥା ଐତିହାସିକ ଶବ ପିଠ କେଲିଆ ଏବଂ ଚନ୍ଦନଧାରା ମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହିବ। ଗତ କିଛି ବର୍ଷ ହେବ ଏରାସ୍ତା ରେ କ୍ରମାଗତ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବା ପରିଲକ୍ଷିତ ହେଉଛି। ବିଶେଷ କରି ଛେପଟିଆମ ଠାରୁ ମୁଣ୍ଡାପଦର ରାସ୍ତା ମଧ୍ୟରେ। ଖାଲି ଏତିକି ନୁହ ସ୍ଥାନେ ସ୍ଥାନେ ପିଚୁ ଉଠି ଯାଇଥିବାରୁ ଏହି ରାସ୍ତା ନିରାପଦ ନୁହେଁ। ଏହି ସ୍ଥାନଟୀ ଝରୀଗାଁ ବ୍ଲକ ଅଧୀନରେ ଯାଉଥିବାରୁ ଝରୀଗାଁ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକଥା କିନ୍ତୁ ପ୍ରଶାସନର ଇଚ୍ଛା ଶକ୍ତି ଅଭାବରୁ ରାସ୍ତାର ଅବସ୍ଥା ଏଭଳି।ଆବଶ୍ୟକୀୟ ସ୍ଥାନରେ ସୂଚନା ଫଳକ ଲଗାଇବା ପାଇଁ ବାରମ୍ବାର ଦାବି କରା ଯାଉଛି। ଏହି କ୍ଷେତ୍ରରେ ଉମରକୋଟ ଆର.ଡି.ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହାଶୟ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି କେଲିଆ ମନ୍ଦିର କମିଟି ସମ୍ପାଦକ ଶ୍ରୀ ଦେବରାଜ ପାତ୍ର, ଅନୁରୋଧ କରୁଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |