ପାଟନା,୧୬ା୧୧: ନିର୍ବାଚନ କମିଶନ ଆଜି ୧୮ତମ ବିଧାନସଭା ନିର୍ବାଚନର ଫଳାଫଳ ବିଷୟ+ଚରଣ ସଂହିତା ମଧ୍ୟ ଶେଷ ହେବ। ଏହି ସମୟରେ, ପାଟନାର ଗାନ୍ଧୀ ମୈଦାନରେ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ଶପଥ ତାରିଖ ନଭେମ୍ବର ୧୯ କିମ୍ବା ୨୦ ତାରିଖକୁ ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି।ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଏବେ ନୂଆ ସରକାର କେବେ ଶପଥ ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ଏନଡିଏ ଏକ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ନୂତନ ସରକାର ଗଠନ ପ୍ରକ୍ରିୟା ଏବେ ତ୍ୱରାନ୍ୱିତ ହୋଇଛି । ସୂତ୍ର ଅନୁସାରେ ଶପତ ଗ୍ରହଣ ଉତ୍ସବ ଆସନ୍ତା ୧୯ କିମ୍ବା ୨୦ତାରିଖରେ ହେବ । ବିହାର ବିଧାନସଭା କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି । ତେଣୁ ଏହା ପୂର୍ବରୁ ଏକ ନୂତନ ସରକାର ଗଠନ କରିବାକୁ ପଡିବ । ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ବିହାର ବିଧାନସଭା ନିର୍ବାଚନରେ ଏନଡିଏ ସପକ୍ଷରେ ଆଶ୍ଚର୍ଯ୍ୟଜନକ ମତଦାନ ପ୍ରକାଶ ପାଇଥିଲା । ଏଠାରେ ଏନଡିଏ ୨୦୨ ଆସନ ପାଇଥିବା ବେଳେ ମହାମେଣ୍ଟକୁ ମାତ୍ର ୩୫ଟି ଆସନ ମିଳିଛି । ଏନଡିଏରେ ବିଜେପିକୁ ୮୯ଆସନ, ଜେଡିୟୁକୁ ୮୫ଆସନ ଏବଂ ଏଲଜେପି ୧୯ଟି ଆସନରେ ବାଜିମାତ କରିଛନ୍ତି । ସେହିପରି ମହାମେଣ୍ଟରେ ଆରଜେଡିକୁ ୨୫ଆସନ ଏବଂ କଂଗ୍ରେସକୁ ମାତ୍ର ୬ଟି ଆସନ ମିଳିଛି । ଏହାବ୍ୟତୀତ ପ୍ରଥମ କରି ନିର୍ବାଚନ ଲଢିଥିବା ଜନସୁରାଜ ପାର୍ଟି ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |