ଥରୁଛି ସାରା ଓଡ଼ିଶା,ପାରଦ ଖସୁଛି ଓ ଶୀତ ବଢିବାରେ ଲାଗିଛି

ଭୁବନେଶ୍ୱର,୧୭।୧୧:ଶୀତରେ ଥରୁଛି ସାରା ଓଡିଶା। ଦିନକୁ ଦିନ ତଳମୁହାଁ ହେଉଛି ପାରଦ |ସକାଳେ ଶାଢେ 5 ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା 14.2 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି। ଗତକାଲି ଭୁବନେଶ୍ବରରେ ତାପମାତ୍ରା 14.8 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ଏହା ସାମାନ ଖସିଛି। ସାରା ଓଡିଶା ସମେତ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଶୀତର ଲହରି ଜାରି ରହିଛି। 3 ଦିନରେ 1.2 ଡିଗ୍ରୀ ସେଲସିଅସ ତାପମାତ୍ରା ଖସିଥିବା କୁହାଯାଉଛି। ଗତକାଲିର ରେକର୍ଡ ମୁତାବକ 10 ସହରର ତାପମାତ୍ରା 12 ଡିଗ୍ରୀ ତଳେ ରହିଥିଲା।ରାଜଧାନୀ ଭୁବନେଶ୍ବରରେ ଗତ ୨୫ ବର୍ଷର ଥଣ୍ଡା ରେକର୍ଡ ଭାଙ୍ଗିଛି। ଗତ ରାତିରେ ରାଜଧାନୀରେ lowest temperature ୧୨.୯ ଡିଗ୍ରି ଥିବା ରେକର୍ଡ କରାଯାଇଥିବା ବେଳେ  ଘୁ.ଉଦୟଗିରିରେ ସର୍ବନିମ୍ନ ୫.୪ ଡିଗ୍ରି ଥିଲା। ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରିରେ ପାରଦ ଦିନକୁଦିନ ନିମ୍ନମୁଖୀ ହେବାରେ  ଲାଗିଛି ।  ତାପମାତ୍ରା ନିମ୍ନମୁଖୀ ହେବା ସହ ହାଡ଼ଭଙ୍ଗା ରାତି ବଡ଼ିଲେ ଜାଡକୁ ଶୀତ ବଢ଼ିବାରେ ଲାଗୁଛି। ଦିନରେ ଥଣ୍ଡାର ପ୍ରକୋପ ଅନୁଭବ ହେଉଥିବା ବେଳେ ରାତିରେ ଏହା ଆହୁରି ବୃଦ୍ଧି ପାଇ ବିନା ଗରମ ପୋଷାକ ହେଉ କି ବିନା ନିଆଁରେ ରହିବା କଷ୍ଟ ହୋଇପଡିଛି। ଗରିବ ଲୋକ ପ୍ରବଳ ଶୀତ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ସହରରେ ଗତକାଲିର ତାପମାତ୍ରା ୫.୮ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଜି ଭୋର ସମୟରେ ତାହା ୫.୪ ଡିଗ୍ରିକୁ ଖସିଛି। ଏନେଇ ସ୍ଥାନୀୟ ଏଏମଏଫୟୁ ସେଣ୍ଟର ପକ୍ଷରୁ ସୂଚନା ମିଳିଛି। ଶୀତରେ ଥରୁଛି ସାରା ଅଞ୍ଚଳ। ଜାଡ଼ରେ କମ୍ପୁଛି ସାରା ସହର। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହେବା ସହ ଅଞ୍ଚଳରେ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହୋଇଛି। ସଞ୍ଜ ନଇଁଲେ ସହରର ରାସ୍ତାଘାଟ ଜନଶୁନ୍ୟ ହେବା ସହ ସଡ଼କ ସୁନସାନ ହେବାରେ ଲାଗିଛି। ରାତି ଗଡ଼ିଲେ କୁହୁଡି କାୟାବିସ୍ତାର କରିବା ସହ ସାରା ଅଞ୍ଚଳ କୁହୁଡ଼ିର ଚାଦର ତଳେ ବିଛେଇ ହୋଇ ରହିବା ର ଭ୍ରମ ସୃଷ୍ଟି ହେଉଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!