ମକ୍କାରୁ ମଦିନା ଯାଉଥିବା ବସ୍ ରେ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ, ୧୭|୧୧: ସାଉଦି ଆରବରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ବସରେ ନିଆଁ ଲାଗିଯିବାରୁ ୪୦ରୁ ଅଧିକ ଭାରତୀୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ତୀର୍ଥସ୍ଥାନ ବୁଲିଯାଇଥିବା ଭାରତୀୟଙ୍କ ଏକ ବସକୁ ଡିଜେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ବସଟି ମକ୍କାରୁ ମଦିନା ଯାଉଥିଲା । ଏଥିରେ ୪୦ରୁ ଅଧିକ ଭାରତୀୟ ଥିଲେ । କିନ୍ତୁ ହଠାତ ଏକ ଡିଜେଲ ଟ୍ୟାଙ୍କର ବସକୁ ଧକ୍କା ଦେଇଥିଲା । ଫଳରେ ବସରେ ନିଆଁ ଲାଗି ଏହା ଜଳିଯାଇଥିଲା । ଏଥିରେ ଥିବା ୪୦ରୁ ଅଧିକ ତୀର୍ଥଯାତ୍ରୀ ମଧ୍ୟ ଜିଅନ୍ତା ପୋଡିଯାଇଥିବା ଜଣାପଡିଛି ।ସାଉଦି ଆରବର ସମୟାନୁସାରେ ରାତି ୧୧ଟାରେ ଏହି ଅଘଟଣ ଘଟିଥିଲା । ତେବେ ବସରେ ଥିବା ଅଧିକାଂଶ ଯାତ୍ରୀ ତେଲଙ୍ଗାନାର ବୋଲି ଜଣାପଡିଛି । ଅଘଟଣ ବେଳେ ଅଧିକାଂଶ ଯାତ୍ରୀ ଶୋଇ ପଡିଥିଲେ । ତେଣୁ ନିଜକୁ ରକ୍ଷା କରିପାରିନଥିଲେ । ଆହୁରି ମଧ୍ୟ ମୃତକଙ୍କ ମଧ୍ୟରେ ୧୧ ମହିଳା ଏବଂ ୧୦ ଜଣ ଶିଶୁ ରହିଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।ଘଟଣାକୁ ନେଇ ହାଇଦ୍ରାବାଦ ସଂସଦ ଅସଦୁଦ୍ଦୀନ ଓଓ୍ୱେସୀ କହିଛନ୍ତି ଯେ, ବସରେ ୪୨ ଜଣ ଯାତ୍ରୀ ରହିଥିଲେ । ତେବେ ୪୦ ଜଣ ଜଳିଯାଇଥିବା ସୂଚନା ମିଳିଛି । ଏନେଇ ରିଆଦରେ ଅବସ୍ଥିତ ଭାରତୀୟ ଦୁତାବାସ ସୂଚନା ଦେଇଛି । ଦୁର୍ଘଟଣା ବାବଦରେ ତଥ୍ୟ ହାସଲ କରାଯାଉଛି । ସରକାର ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମୃତଦେହକୁ ଭାରତ ଆଣିବା ପାଇଁ ପ୍ରୟାସ କରୁଥିବା ସେ ପ୍ରକାଶ କରିନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!