ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ

କେନ୍ଦୁଝର,୧୮।୧୧: କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳରେ ଜଣେ ୮ ବର୍ଷର ଦିବ୍ୟାଙ୍ଗ ଜନଜାତି ନାବାଳିକାକୁ ଆସିଫ ଅନବର ଖାନ ନାମକ ଫେରିବାଲା ଶନିବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। କ୍ଷତାକ୍ତ ଅବସ୍ଥାରେ ପୀଡିତା କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗ ସହିତ କେନ୍ଦୁଝରରେ ବଢୁଥିବା ଅନୁପ୍ରବେଶକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। କେନ୍ଦୁଝରରେ ମହିଳାଙ୍କ ଉପରେ ଏହି ଅସାମାଜିକ ବ୍ୟକ୍ତିମାନେ ଲୋଲୁପ ଦୃଷ୍ଟି ପକାଇ ସେମାନଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟାର ଅନେକ ଘଟଣା ଘଟି ଚାଲିଥିବା ବେଳେ କିଛି ଲୋକ ଲୋଚନକୁ ଆସୁଥିବା ବେଳେ ଅନେକ ଲୋକଙ୍କ ନଜରରୁ ଦୂରେଇ ରହୁଛି। ଏ ବିଷୟରେ କେନ୍ଦୁଝର ଜିଲା ପ୍ରଶାସନ ଓ ପୋଲିସକୁ ପୂର୍ବରୁ ଜଣାଇଥିଲେ ମଧ୍ୟ ସେମାନଙ୍କୁ ଚିହ୍ନଟ କରି କେନ୍ଦୁଝରରୁ ବିଦା କରିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଥିପାଇଁ ବିଶ୍ବହିନ୍ଦୁ ପରିଷଦ କେନ୍ଦୁଝର ଜିଲା ପକ୍ଷରୁ ମଙ୍ଗଳବାର ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଜିଲା ବନ୍ଦର ଡାକରା ଦିଆଯାଇଛି । ଏହାକୁ ସମସ୍ତ ହିନ୍ଦୁ ସଂଗଠନ ଓ ହିନ୍ଦୁ ଭାଇ ଭଉଣୀମାନେ ସହଯୋଗ ଓ ସମର୍ଥନ କରିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସପ୍ନେଶ୍ୱର ସାହୁ କହିଛନ୍ତି। ବିଭିନ୍ନ ସ୍ଥାନରେ ପିକେଟିଂ କରାଯିବା ସହ ଦୋକାନ ବଜାର, ସ୍କୁଲ, କଲେଜ ବନ୍ଦ ରହିଛି। ଚମ୍ପୁଆ, ଯୋଡ଼ା, ବଡ଼ବିଲ, ପାଟଣା, ଘସିପୁରା, ଆନନ୍ଦପୁରରେ ବନ୍ଦ ପ୍ରଭାବ ଦେଖାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!