ରାଉଲିଗୁଡା ଗ୍ରାମର ପୋଖୋରୀରେ ବୁଡ଼ି ଜଣେ ମହିଳା ମୃତ

 ଡାବୁଗାଁ(ପ୍ରିୟଦର୍ଶିନୀ ପାତ୍ର): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନ ରାଉଲିଗୁଡା ଗ୍ରାମର ଜଣେ ମହିଳା ପୋଖରୀ ରେ ବୁଡ଼ି ମୃତ୍ୟୁ ବରଣ କରିଥିବା ବୁଧବାର ଡାବୁଗାଁ ଥାନା ରେ ଏତଲା ହୋଇଛି । ସୂଚନାଯୋଗ୍ୟ ରାଉଲିଗୁଡ଼ା ଗ୍ରାମର ବୁଦାଇ ଗୌଡ (୫୦) ବୁଧବାର ସକାଳ ସମୟରେ କପଡ଼ା ସଫା କରିବାକୁ ଗାଁ ପାଖ ପୋଖୋରି କୁ ଯାଇଥିଲେ ସେଠାରେ ସଫା କରିବା ସମୟରେ ସେ ପୋଖରୀ ରେ ବୁଡ଼ି ଯାଇଥିଲେ । ପରେ ଗ୍ରାମର ଲୋକେ ଦେଖି ପରିବାରବର୍ଗ ଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ପୋଖରୀ ପାଖରେ ପହଞ୍ଚି ଡାବୁଗାଁ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଖବର ପାଈ ଅଗ୍ନିଶମ ବାହିନୀ ର କର୍ମଚାରି ପହଞ୍ଚି ବୁଦାଇ ର ମୃତ ଦେହ ଉଦ୍ଧାର କରିଥିଲେ । ଏନେଇ ମୃତକର ପୁଅ ହରିଶ ଚନ୍ଦ୍ର ଗୌଡ ଡାବୁଗାଁ ଥାନାର ଏତଲା ଦେଇଥିଲେ । ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୪୦/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରିରଖିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!