ଭୁବନେଶ୍ୱର,୨୦ା୧୧: ବିଜେଡି ଗଡ଼ ଧ୍ବସ୍ତ କରି ଉପନିର୍ବାଚନରେ ଜୟଙ୍କ ବଡ଼ ବିଜୟ ହୋଇଛି । ଆଜି ଶପଥ ନେବେ ନୂଆପଡ଼ା ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ । ଦିନ 1ଟା ବେଳେ ଓଡ଼ିଶା ବିଧାନସଭାରେ ଶପଥ ଗ୍ରହଣ କରିବେ ଜୟ । ଶପଥ ପାଠ କରାଇବେ ବାଚସ୍ପତ୍ତି ସୁରମା ପାଢୀ ।ବିଧାନସଭାର ଶୀତକାଳୀନ ଅଧିବେଶନ ଅବ୍ୟବହିତ ପୂର୍ବରୁ ନୂଆପଡ଼ାର ନବନିର୍ବାଚିତ ଭାଜପା ବିଧାୟକ ଜୟ ଢୋଲକିଆ ଗୁରୁବାର ଅର୍ଥାତ୍ ଆଜି ଶପଥ ଗ୍ରହଣ କରିବେ। ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହି କାର୍ଯ୍ୟକ୍ରମରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ଅନ୍ୟ ବିଧାୟକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।ତେବେ ଉପନିର୍ବାଚନରେ 83 ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ଜୟ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |