ନୂଆଦିଲ୍ଲୀ, ୨୦|୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଙ୍ଗକୁ ବିଷାକ୍ତ ବାୟୁରେ ଘାଣ୍ଟି ହେଉଛନ୍ତି ଦିଲ୍ଲୀବାସୀ । ଜନଜୀବନ ଅସ୍ତବ୍ୟସ୍ତ ହୋଇ ଗଲାଣି । ପ୍ରଦୂଷଣ ରୋକିବା ପାଇଁ ଅନେକ ବ୍ୟବସ୍ଥା କରାଯାଉଥିଲେ ବି ତାହା ଫେଲ୍ ମାରୁଛି । ଏଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ । ଶିଶୁମାନଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଠିକ୍ ରହିପାରିବ ସେନେଇ କୋର୍ଟ ପରାମର୍ଶ ଦେଇଛନ୍ତି ।ପ୍ରଧାନ ବିଚାରପତି ବିଆର ଗଭାଇ ଏବଂ ଜଷ୍ଟିସ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଦିଲ୍ଲୀରେ ବାୟୁମଣ୍ଡଳ ଅତି ବିଷାକ୍ତ ହୋଇପଡିଛି । ଯାହାକୁ ରୋକିବା ଦରକାର । କୋର୍ଟ ଏହା ଉପରେ ନଜର ରଖୁଛନ୍ତି । ଅନେକ ସ୍ଥାନରେ ଯୁବକମାନେ ଘରେ ଏୟାର ପ୍ୟୁରିଫାୟର ସାହାଯ୍ୟରେ ରହୁଛନ୍ତି । କିନ୍ତୁ ଛୋଟ ଶିଶୁ ବାହାରେ ଖେଳକୁଦ କରୁଛନ୍ତି । ବିଭିନ୍ନ ସ୍କୁଲରେ ମଧ୍ୟ ପ୍ରତିଯୋଗିତା ହେଉଛି । ବିଷାକ୍ତ ବାୟୁ ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |