ଦଶମ ଥର ମୁଖ୍ୟମନ୍ତ୍ରୀ ନୀତୀଶ , ଶପଥ ନେଲେ ମନ୍ତ୍ରିମଣ୍ଡଳର ୨୬ ସଦସ୍ୟ

ପାଟ୍‌ନା,୨୦ା୧୧:ଆଜି ବିହାରରେ ୧୦ମ ଥର ପାଇଁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ।ବିହାରରେ ଆଜିଠୁ ଆରମ୍ଭ ହେଲା ନୀତୀଶ ୧୦.୦। ଆଜି ୧୦ମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ପାଟନାର ଐତିହାସିକ ଗାନ୍ଧୀ ମୈଦାନରେ ଶପଥ ଗ୍ରହଣ ସମାରୋହ ନୀତୀଶ ଓ ବିହାର ନୂଆ ମନ୍ତ୍ରୀ ମଣ୍ଡଳର ଅନ୍ୟ ୨୬ ଜଣ ସଦସ୍ୟଙ୍କୁ ପଦ ଓ ଗୋପନୀୟତରା ଶପଥ ପାଠ କରାଯାଇଥିଲେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍।  ଶପଥ ଉତ୍ସବରେ   ପ୍ରଧାନମମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଉପସ୍ଥିତ ଥିଲେ । ନୀତିଶ କୁମାରଙ୍କ ସହ ବିଜେପିର ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଆଜି ଶପଥ ନେବେ । ଶପଥ ନେବାକୁ ଥିବା ମନ୍ତ୍ରୀମାନେ ହେଲେ ଜେଡିୟୁର ଲେସି ସିଂହ , ଜମା ଖାନ , ମଦନ ସହନୀ , ବିଜୟ ଚୌଧୁରୀ , ଅଶୋକ ଚୌଧୁରୀ , ବିଜେନ୍ଦ୍ର ଯାଦବ , ଶ୍ରବଣ କୁମାର ।  ବିଜେପିର ଦିଲୀପ ଯଯଶବଲ, ନୀତିନ ନବୀନ, ମଙ୍ଗଲ ପାଣ୍ଡେ, ରାମକ୍ରିପାଲ ଯାଦବ, ସଞ୍ଜୟ ସିଂହ ଟାଇଗର , ଅରୁଣ ଶଙ୍କର ପ୍ରସାଦ , ସୁରେନ୍ଦ୍ର ମେହତା , ନାରାୟଣ ପ୍ରସାଦ , ରମା ନିଷାଦ , ଲକ୍ଷେନ୍ଦ୍ର ପାସ୍ଵାନ , ଶ୍ରେୟସୀ ସିଂହ , ବିଧାନ ପରିଷଦ ସଦସ୍ୟ ପ୍ରମୋଦ କୁମାର ଚନ୍ଦ୍ରବଂଶୀ । ଏଲଜେପିର ସଞ୍ଜୟ ପାସ୍ଵାନ ଓ ସଞ୍ଜୟ ସିଂହ , ଆରଏଲଏମର ଦୀପକ ପ୍ରକାଶ ଏବଂ ଏଚଏଏମର ସନ୍ତୋଷ ସୁମନ 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!