କଲକାତା,,୨୧।୧୧: ପଶ୍ଚିମବଙ୍ଗ କୋଲକାତାରେ ଭୂକମ୍ପ ଝଟ୍କା । ଦିନ ୧୦ ଟା ୧୦ରେ ଭୂକମ୍ପ ଅନୁଭୂତ । ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିବା ଜଣା ପଡ଼ିଛି ।କଲକାତା ଏବଂ ସିଲିଗୁଡିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଉତ୍ତର-ପୂର୍ବ ଭାରତର ପଶ୍ଚିମବଙ୍ଗର କଲକାତାରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଆଜି ଦିନ ୧୦ଟା ୧୦ରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ରହିଥିବା ସୂଚନା ମିଳିଛି, ରିକ୍ଟର ସେଲରେ ତୀବ୍ରତା ୫.୫ ରେକର୍ଡ କରାଯାଇଛି । ମାଲଦା, କୁଚବିହାର, ନଦିଆ ଏବଂ ଦକ୍ଷିଣ ଦିନାଜପୁରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି ।ଭୂକମ୍ପ ବେଳେ ଲୋକମାନେ ନିଜ ଘର, କାର୍ଯ୍ୟାଳୟ ଏବଂ କୋଡା ଛାଡି ରାସ୍ତାକୁ ପଳାଇ ଆସିଥିଲେ । ଯଦିଓ କୌଣସି ମୃତାହତର ରିପୋର୍ଟ ମିଳିନାହିଁ ଏବଂ ଏହି ଭୂମିକମ୍ପ କେବଳ କିଛି ସମୟ ପାଇଁ ରହିଥିଲା, ତଥାପି ହଠାତ୍ ଭୂକମ୍ପ ଲୋକଙ୍କୁ ଭୟଭୀତ କରି ଦେଇଥିଲା ।କୋଲକାତା ସମେତ ଅନେକ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର ସକାଳେ ବାଂଲାଦେଶର ଟୁଙ୍ଗୀରୁ ପ୍ରାୟ ୨୭ କିଲୋମିଟର ପୂର୍ବରେ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହା ବଙ୍ଗଳା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ସ୍ଥାନୀୟ ସମୟ ସକାଳ ୧୦:୦୮ ରେ ଏହି ଭୂମିକମ୍ପ ରେକର୍ଡ କରାଯାଇଥିଲା। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ଅନୁଯାୟୀ, ଭୂମିକମ୍ପ ପରେ ଅନେକ ଅଞ୍ଚଳରୁ ମଧ୍ୟ ମୃଦୁ ପରବର୍ତ୍ତୀ ଝଟକାର ରିପୋର୍ଟ ଆସିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |