ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),,୨୧।୧୧:-ଡାବୁଗାଁ ଥାନା ଅଧିନ ବଡଓଲମା ଗ୍ରାମର ଜଣେ ବୃଦ୍ଧ ପୋଖରୀ ରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଗୁରୁବାର ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ:- ବଡଓଲମା ଗ୍ରାମର ଶରିଆ ପୁଜାରୀ (୬୦) ଗୁରୁବାର ମଧ୍ୟାହ୍ନ ସମୟରେ ସମୟରେ ଶୌଚ କରିବାକୁ ଗାଁ ପାଖ ପୋଖୋରି କୁ ଯାଇ ବୁଡ଼ି ଯାଇଥିଲେ । ପରେ ଗ୍ରାମର କିଛି ଲୋକେ ଦେଖି ପରିବାରବର୍ଗ ଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ପୋଖରୀ ପାଖରେ ପହଞ୍ଚି ଡାବୁଗାଁ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଖବର ପାଈ ଅଗ୍ନିଶମ ବାହିନୀ ର କର୍ମଚାରି ପହଞ୍ଚି ଶରିଆ ଙ୍କୁ ଉଦ୍ଧାର କରି ଡାବଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣଥିଲେ । ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସନ୍ଧ୍ୟା ୭ଘ ସମୟ ପର୍ଯ୍ୟନ୍ତ ଥାନାରେ କୌଣସି ଏତଲା ଦିଆଯାଇ ନଥିବା ଜଣାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |