ଡିସେମ୍ବର ୯ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି

କଟକ ,୧୧ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି କ୍ରିକେଟ୍ ମ୍ୟାଚ୍ ପାଇଁ ବିଭିନ୍ନ ଗ୍ୟାଲେରୀର ନିରାପତ୍ତା ନିରୀକ୍ଷଣ କରିଛି ବିଶେଷଜ୍ଞ ଟିମ୍ ।କଟକ ବାରବାଟୀ ଷ୍ଟାଡିୟମରେ IIT ଭୁବନେଶ୍ବରର ବୈଷୟିକ ଟିମ୍‌। ଭାରତ-ଦକ୍ଷିଣ ଆଫ୍ରିକା ଟି -୨୦ ପୂର୍ବରୁ ଷ୍ଟାଡିୟମ ବୁଲି ଦେଖିଛନ୍ତି। ୮ ଜଣିଆ ଟିମ ଗ୍ୟାଲେରୀ, କର୍ପୋରେଟର ବକ୍ସ, VVIP ବକ୍ସ, ପ୍ୟାଭିଲିୟନ ବୁଲିଛନ୍ତି। ଓସିଏର ଟେକ୍ନିକାଲ କମିଟି ସହ ଭୁବନେଶ୍ୱର ଆଇଆଇଟିର ବିଶେଷଜ୍ଞ ଓ ଆର ଆଣ୍ଡ ବି ବିଭାଗର ଯନ୍ତ୍ରୀ ମାନେ ବାରବାଟୀ ଷ୍ଟାଡିୟମର ୫, ୬ ଓ ୭ ନମ୍ବର ଗ୍ୟାଲେରୀର ସ୍ଥିତି ଓ ମରାମତି କାମ ନିରୀକ୍ଷଣ କରିଛନ୍ତି । କମିଟି ଆସନ୍ତା ୬ ତାରିଖ ସୁଦ୍ଧା ନିଜର ରିପୋର୍ଟ ଓସିଏ ସହ ରାଜ୍ୟ ସରକାରଙ୍କୁ ଦେଶ ବୋଲି ଓସିଏ ବୈଷୟିକ କମିଟି ମୁଖ୍ୟ କହିଛନ୍ତି ।ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି । ପିଚ୍ ଏବଂ ଆଉଟ୍ ଫିଲ୍ଡକୁ ପ୍ରସ୍ତୁତ ରଖିବା ଲାଗି କାମ ଚାଲିଛି । ସୁହାଉଛି ଅନୁକୂଳ ପାଗ । ସ୍ଥିତି କହୁଛି ବାରବାଟୀର ଷ୍ଟାଡିୟମର ସବୁଜ ଆଉଟଫିଲ୍ଡ ଏବେ ଟି-ଟ୍ୱେଣ୍ଟି ମ୍ୟାଚ୍ ଅପେକ୍ଷାରେ । ଅନୁକୂଳ ପାଗ ଯୋଗୁଁ ଦୈନିକ ଦୁଇ ଥର ଆଉଟଫିଲ୍ଡ କାମରେ ଲାଗିଛନ୍ତି ଗ୍ରାଉଣ୍ଡସମ୍ୟାନ । ତେଣେ ମ୍ୟାଚ୍ ଲାଗି ପ୍ରସ୍ତୁତ ହେଉଛି ବାରବାଟୀ ପିଚ୍ । ପ୍ରତ୍ୟେକ ରୋଲିଂ ସହିତ ଆବଶ୍ୟକୀୟ ପାଣି ସିଞ୍ଚନ କରାଯାଉଛି । ମ୍ୟାଚ୍ ଲାଗି ୨ଟି ମେନ୍ ପିଚ୍ ରହିଛି । ଯେହେତୁ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳ ହେବ, ତେଣୁ ପିଚ୍ ଏବଂ ଆଉଟଫିଲ୍ଡ ଫାଷ୍ଟ ହେବା ଆବଶ୍ୟକ । କାମ ମଧ୍ୟ ସେହି ମୁତାବକ ହେଉଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!