୨୭ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର ,୨୨।୧୧ :୨୭ରୁ ବିଧାନସଭା ଶୀତ ଅଧିବେଶନ, ଆସନ୍ତା ୨୬ରେ ବସିବ ସର୍ବଦଳୀୟ ବୈଠକ । ଓଡ଼ିଶା ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଯେଉଁଥିରେ ସମସ୍ତ ଦଳର ନେତାମାନେ ସାମିଲ ହେବାକୁ ବାଚସ୍ପତିଙ୍କ ପକ୍ଷରୁ ଜଣାଇ ଦିଆଯାଇଛି । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ । ଯାହା ଡିସେମ୍ବର ୩୧ ଯାଏଁ ଚାଲିବ । ତେବେ ଚଳିତ ବିଧାନସଭାର ଶୀତ ଅଧିବେଶନକୁ କିପରି ସୁଚାରି ରୂପେ ଚଲାଇବ । ସେଥିପାଇଁ ଆସନ୍ତା ୨୬ରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ସମସ୍ତ ଦଳର ନେତା ସାମିଲ ହେବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!