ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବଙ୍କ ଡାବୁଗାଁ ବ୍ଲକ ଗସ୍ତ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),୨୨ା୧୧ :-ଦ୍ଵିତୀୟ ଦିନ ଗସ୍ତରେ ସଚିବ ଡ ତିରୁମାଲା ନାଏକନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ର ଘୋଡ଼ାଖୁଣ୍ଟା ଏବଂ ଜୁନାପାଣି ପଞ୍ଚାୟତ ପରିଦର୍ଶନ ଲାରିଥିଲେ। ଏବଂ ଏସ ଏସ ଡି ଉଚ୍ଚ ଓ ମାଧ୍ୟମିକ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ପାଠପଢ଼ା, ପରୀକ୍ଷା, ପରିମଳ, କ୍ରୀଡ଼ା,ସ୍ଵାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ବ ଦେଲେ। ଡ଼ାବୁଗାଁ ରେ “ଏକ ପେଡ ମା କେ ନାମ” ର ବୃକ୍ଷ ରୋପଣ,ଅମୃତ ସରୋବର ଦେଖିଥିଲେ। କୁରୂପା ସ୍ଥିତ ନୂତନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପରିଦର୍ଶନ ସହ ଜୁନାପାଣୀ ସ୍ଥିତ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କୁ ଯାଇ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ପଚାରିଥିଲେ। ଘୋଡାଘୁଣ୍ଟା ଅଙ୍ଗନବାଡି କେନ୍ଦ୍ର ଗସ୍ତ କରି ସୁଭଦ୍ରା ହିତାଧିକାରୀ ଏବଂ ଲକ୍ଷ ପତି ଦିଦି ଙ୍କୁ ଭେଟିଥିଲେ।ଏହି ସମୟରେ ଡାବୁଗାଁ ବ୍ଲକ ବିଡ଼ିଓ ଶରତ ମାଝୀ ସହ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!