ଅସ୍ତରଙ୍ଗ ସମୁଦ୍ରରେ କୁମ୍ଭୀର

ଭୁବନେଶ୍ୱର,୨୩ା୧୧:ଅସ୍ତରଙ୍ଗ ସମୁଦ୍ରରେ ବୁଲୁଛି କୁମ୍ଭୀର। ପୁରୀ ଜିଲ୍ଲା ଅସ୍ତରଂଗ ଜାହାନିଆ ସମୁଦ୍ରକୂଳରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣା । ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉପକୂଳବର୍ତ୍ତୀ ଲୋକେ ଭୟଭିତ ହୋଇପଡିଛନ୍ତି। ନଭମ୍ବେର ୨୧ ତାରିଖରେ ୩ଫୁଟ ଲମ୍ବର ଏକ କୁମ୍ଭୀର ସମୁଦ୍ର କୂଳରେ ବୁଲୁଥିବା ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଦେଖି ଏହାକୁ ମୋବାଇଲରେ କଏଦ କରିଥିଲେ। ଯାହାର ଭିଡ଼ିଓ ସୋସିଆଲ ମେଡିଆରେ ଭାଇରାଲ ହୋଇଛି।ତେବେ ଏହା ପ୍ରଥମ ନୁହେଁ ଚଳିତ ବର୍ଷ ସେପ୍ଟେମ୍ବର ୧୩ ତାରିଖରେ ପୁଣି ଚନ୍ଦ୍ରଭାଗା ଉପକୂକରେ ଦେଢ଼ ଫୁଟ ଲମ୍ବର ଏକ ବଉଲା କୁମ୍ଭୀର ଦେଖାଯାଇଥିଲା ଯାହାକୁ ବନ ବିଭାଗ ଉଦ୍ଧାର କରିଥିଲା। ଗତ ବର୍ଷ ଡିସେମ୍ବର ମାସରେ ବି ଚନ୍ଦ୍ରଭାଗା ସମୁଦ୍ର କୂଳରେ ୮ ଫୁଟ ଲମ୍ବର ଏକ ଘଡିଆଳ କୁମ୍ଭରୀ ବୁଲୁଥିବା ଦେଖିବାକୁ ମିଳିଥିଲା। ଏବେ ପୁଣି  ଅସ୍ତରଂଗ ଉପକୂଳରେ କୁମ୍ଭୀର ବୁଲୁଥିବା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭତୀ ଅବସ୍ଥାରେ ଅଛନ୍ତି।ଶୀତ ଋତୁ ଚାଲିଥିବାବେଳେ ରାଜ୍ୟର କୋଣ ଅନୁକୋଣରୁ ଚନ୍ଦ୍ରଭାଗାକୁ ପର୍ଯ୍ୟଟକଙ୍କର ସୁଅ ଛୁଟେ। କିନ୍ତୁ ଚନ୍ଦ୍ରଭାଗା ବେଳାଭୂମିରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି। ଯାହା ପର୍ଯ୍ୟଟକଙ୍କ ମଧ୍ୟ ବାତାବରଣ ସୃଷ୍ଟି କରିଛି। ଲୋକ ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଚନ୍ଦ୍ରଭାଗାଠାରୁ ଅସ୍ତରଙ୍ଗ ଯାଏଁ ବନ ବିଭାଗ କଡା ନଜର ରଖିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!