ନୂଆଦିଲ୍ଲୀ,,୨୩ା୧୧ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ରହିଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ଅତିକ୍ରମ କରିଛି, ଏବଂ ନୋଏଡାର AQI ମଧ୍ୟ ୪୦୦ ରେ ପହଞ୍ଚିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ଘରୁ କାମ କରିବାକୁ ନିର୍ଦେଶ ଦିଆଯାଇଛି। vvvବଢୁଥିବା ପ୍ରଦୂଷଣ ସ୍ତରର ପ୍ରତିକ୍ରିୟାରେ, ଦିଲ୍ଲୀ ସରକାର, ବାୟୁ ଗୁଣବତ୍ତା ପରିଚାଳନା କମିଶନ (CAQM)ର ନିର୍ଦ୍ଦେଶ ଅନୁଯାୟୀ, ରାଜଧାନୀରେ ଥିବା ଘରୋଇ କାର୍ଯ୍ୟାଳୟ ପାଇଁ ଏକ ନୂତନ ପରାମର୍ଶ ଜାରି କରିଛନ୍ତି। ଏହା ଅଧୀନରେ, ଘରୋଇ କମ୍ପାନୀଗୁଡ଼ିକ ଏବେ ସେମାନଙ୍କର ୫୦ ପ୍ରତିଶତ କର୍ମଚାରୀଙ୍କ ସହିତ କାର୍ଯ୍ୟାଳୟରେ କାର୍ଯ୍ୟ କରିବେ, ଯେତେବେଳେ ଅବଶିଷ୍ଟ କର୍ମଚାରୀ ଘରୁ କାମ କରିପାରିବେ।ପ୍ରଦୂଷଣ ପରିସ୍ଥିତିକୁ ସନ୍ତୁଳିତ କରିବା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଏହି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ, GRAP ନିୟମାବଳୀର ତୃତୀୟ ପର୍ଯ୍ୟାୟ ଦିଲ୍ଲୀରେ କାର୍ଯ୍ୟକାରୀ ହେଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |