ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) ,୨୩ା୧୧:- ଓଡ଼ିଶା ସାମ୍ବାଦିକ ସଙ୍ଘ (ଓଜେୟୁ) ନବରଙ୍ଗପୁର ଜିଲ୍ଲା ଶାଖାର ସଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି ଶିବ ଶଙ୍କର ତ୍ରିପାଠୀ ସଭାପତିତ୍ବରେ ଆୟୋଜିତ ହୋଇ ଯାଇଛି। ସ୍ଥାନୀୟ ଆରଏମସି ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ଉପସଭାପତି ରାକେଶ ଗୁପ୍ତା ଓ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଙ୍ଘର ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟ ପନ୍ଥା ଉପରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା।ଜିଲ୍ଲା ସଭାପତି ଶ୍ରୀ ତ୍ରିପାଠୀ ସଙ୍ଗଠନକୁ ଜିଲ୍ଲା ସ୍ଥରରେ ମଜବୁତ୍ କରିବା ଲାଗି ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଅନୁପ୍ରାଣୀତ କରିଥିଲେ। ବିଗତ ଦିନ ମାନଙ୍କରେ ବିଭିନ୍ନ ସାମ୍ବାଦିକ ଭାଇ ମାନେ ସମ୍ମୁଖୀନ ହୋଇଥିବା ସମସ୍ୟା ଗୁଡ଼ିକ କିପରି ସମାଧାନ କରା ଯାଇଥିଲା ସେ ବିଷୟରେ ଆଲୋଚନା କରିଥିଲେ।ଏହା ସହ ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ବେଣୁ ଗୋପାଳ ରାଓ ଓ ଆଇନ୍ ପରାମର୍ଶ ଦାତା ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ମଞ୍ଚାସିନ ଥିଲେଦିବଙ୍ଗତ ସାମ୍ବାଦିକ ତଥା ଓଜେୟୂ ସଙ୍ଘର ମୂଳଦୁଆ ସଦସ୍ୟ ରଞ୍ଜନ ପଟ୍ଟନାୟକଙ୍କ ଆତ୍ମା ସଦ ଗତି ଉଦ୍ଧେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ରାଜ୍ୟ ସଙ୍ଗଠନରେ ଜିଳ୍ଲାର ଦୁଇ ପ୍ରମୁଖ ସାମ୍ବାଦିକ ରାକେଶ ଗୁପ୍ତା ରାଜ୍ୟ ଉପ ସଭାପତି ଓ ବାଙ୍କ ବିହାରୀ ବିଷୋୟୀ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଭାବରେ ନିର୍ବାଚନ ହୋଇଥିବାରୁ ଦୁହିଁଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଘର କାର୍ଯ୍ୟରେ ଅନୁପ୍ରାଣିତ ହୋଇ କିଛି ନୂତନ ସାମ୍ବାଦିକ ଓଜେୟୁ ସଂଘରେ ଯୋଗ ଦେଲେ। ଆଜିର ଏହି ସଭାରେ ମିହିର ଶଙ୍କର ପାତ୍ର, ସୁଶାନ୍ତ ପଣ୍ଡା, ଶ୍ରିହରି ବିଷୋୟୀ, ସୁଜିତ୍ ରଥ, ଦେବୀ ପ୍ରସାଦ ମହାପାତ୍ର, ଦୟାରାମ ପନକା, ଭବାନୀ ଶଙ୍କର ପଣ୍ଡା, ନିଗମ ସାହୁ, ସୁଧାଂଶୁ ପ୍ରଧାନ, ଗୌରୀ ମଣି ନାୟକ, ପରବିନ ଗୁପ୍ତା, ଉତ୍ପନ୍ନ ଟାକିରି, ରାମ ପ୍ରସାଦ ବିଷୋୟୀ, ଜଗନ୍ନାଥ ବିଷୋୟୀ, ଓ ଅନ୍ୟାନ୍ୟ ପଚାଶରୁ ଉର୍ଦ୍ଧ୍ବ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ସାମ୍ବାଦିକ ଯୋଗ ଦେଇଥିବା ବେଳେ, ଶେଷରେ ବିହାରକାନ୍ତ ପଟ୍ଟନାୟକ ଧନ୍ୟବାଦ୍ ପ୍ରଦାନ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |