ବଙ୍ଗୋପସାଗରରେ ଆସୁଛି ବାତ୍ୟା: ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ

ଭୁବନେଶ୍ୱର,୨୪।୧୧: ଆସନ୍ତା ୨୬ ଓ ୨୭ ତାରିଖରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। ମାତ୍ର ଏଯାଏଁ ଏହାର ଗତିପଥ ନେଇ କିଛି ସ୍ପଷ୍ଟ ହୋଇନି।ଗତମାସରେ ଓଡିଶା ଓ ଆନ୍ଧ୍ରକୁ ମୋନ୍ଥା ବାତ୍ଯା ଡରାଇଥିଲା। ଏହାର ପ୍ରଭାବ ସେତେଟା ନଥିଲେ ମଧ୍ୟ ଲ୍ଯାଣ୍ଡିଙ୍ଗ କରିଥିବା ସ୍ଥାନରେ କ୍ଷୟକ୍ଷତି ହୋଇଥିଲା। ପବନର ବେଗ ମଧ୍ୟ କମ ଥିଲା।ଓଡିଶା ମଧ୍ୟ ବାତ୍ଯା ମୋନ୍ଥା ପାଇଁ ପୂର୍ବ ପ୍ରସ୍ତୁତି କରି ସାରିଥିଲା। ରାଜ୍ଯ ସରକାର ସମସ୍ତ ଜରୁରୀକାଳିନ ପରିସ୍ଥିତିକୁ ନଜରରେ ରଖି ଉଦ୍ଧାରକାରୀ ଟିମକୁ ନିୟୋଜିତ ରଖିଥିଲେ।ଆଇଏମ୍‌ଡିର ସୂଚନା ଅନୁଯାୟୀ, ମଲାକ୍କା ଷ୍ଟ୍ରେଟ୍‌ ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ରବିବାର ଏକ ସୁଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ସୋମବାର ବେଳକୁ ଏହା ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାଶର୍‌ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ତେବେ ବାତ୍ୟାରେ ପରିଣତ ହେବା ପରେ ଏହା କେଉଁ ଆଡକୁ ମୁହାଁଇବ ଏବଂ ଏହାର ଦିଗ କ’ଣ ରହିବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆକଳନ କରୁଥିବା ବିଭିନ୍ନ ମଡେଲ ଅନୁଯାୟୀ, ୨୫ତାରିଖ ସନ୍ଧ୍ୟାରୁ ଉପକୂଳ ଅଞ୍ଚଳରେ ପବନର ବେଗ ବଢିବ। ଘଣ୍ଟାପ୍ରତି ବେଗ ୫୦ରୁ ୬୦ କି.ମି. ରହିବ। ସେହିପରି ୨୬ ତାରିଖ ସକାଳୁ ପବନର ବେଗ ୬୦ରୁ ୭୦ କି.ମି.ରେ ରହି ସର୍ବାଧିକ ୮୦ କି.ମି. ହେବ। ୨୭ ତାରିଖ ସକାଳୁ ପବନର ବେଗ ସର୍ବାଧିକ ୧୦୦ କି.ମି. ରହିପାରେ ବୋଲି ଆକଳନ କରାଯାଇଛି।ଧାନ ଅମଳ କରି ଚାଷୀ ଘରକୁ ଆଣିବା ସମୟରେ ତାହା ବର୍ତମାନ ନଷ୍ଟ ହେବାକୁ ଯାଉଛି । ଯାହାକି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିବା ସଦୃଶ୍ୟ ହୋଇଛି । କିଛି ଚାଷୀ ଧାନ କାଟି ଅମଳ କରି କିଭଳି ଘରକୁ ଆଣିବେ ତାହାକୁ ନେଇ ବ୍ୟସ୍ତ ରହିଛନ୍ତି । ଅନ୍ୟପଟେ ଏନେଇ କୃଷି ଅଧିକାରୀ ଏହି ପରିସ୍ଥିତିରେ ଧାନକୁ କିଭଳି ସୁରକ୍ଷିତ ରଖିବାକୁ ହେବ ସେନେଇ କୌଣସି ପ୍ରକାର ଚାଷୀକୁ ସଚେତନ ପାଇଁ ମଧ୍ୟ ସୂଚନା ଦେଉନାହାନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!