କେନ୍ଦ୍ରାପଡ଼ାରେ ଗୁଳି ମାରିଲା ନିଶାସକ୍ତ ଯୁବକ

କେନ୍ଦ୍ରାପଡ଼ା ,,୨୪।୧୧: କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ। ଦାନା ନେ…କହି ଗୁଳି ମାରିଲା ନିଶାସକ୍ତ ଯୁବକ। ବଟି ନଦେବାରୁ ଶିକ୍ଷକଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଗତକାଲି ରାତି ପ୍ରାୟ ୮ଟା ବେଳେ କେନ୍ଦ୍ରାପଡ଼ା ଗରାପୁର ଦି ପ୍ୟାଲେସ୍ ହୋଟେଲ୍ ପଛପାଖେ ଘଟିଥିଲା ଗୁଳିକାଣ୍ଡ। କେନ୍ଦ୍ରାପଡ଼ା ସଦର ଥାନା ‘ଗରାପୁର ଦି ପ୍ୟାଲେସ୍‌’ ପଛପଟେ ଗୁଳିକାଣ୍ତ ଘଟିଛି। ନିଶାସକ୍ତ ଅବସ୍ଥାରେ ଜଣେ ଦୁର୍ବୃତ୍ତ ଦାନା ନେ କହି ଜଣେ ଯୁବ ଇଞ୍ଜିନିୟରଙ୍କୁ ଗୁଳିମାଡ଼ କରିଛି। ତେବେ ଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହେଇଯିବାରୁ ବିଏସ୍‌ଏନ୍‌ଏଲ୍‌ରେ କାର୍ଯ୍ୟରତ ଏହି ଯୁବ ଇଞ୍ଜିନିୟର ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁଳିମାଡ଼ କରିଥିବା ଯୁବକ ଜଣକ ଗରାପୁର ହନୁମାନ ମନ୍ଦିର ଛକ ଅଞ୍ଚଳର ଶିବପ୍ରସାଦ ସାହୁ ବୋଲି ଜଣାପଡ଼ିଛି। ଅଭିଯୁକ୍ତକୁ କାବୁ କରିବାକୁ ଯାଇ ଇଞ୍ଜିନିୟର ଓ ତାଙ୍କ ମା’ ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମା’ ଓ ପୁଅଙ୍କୁ ଉଦ୍ଧାର କରି  ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ଗୁଳିମାଡ଼ ପଛର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ବିବାଦରୁ ଏଭଳି ଘଟିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।ଅଭିଯୋଗ ଅନୁସାରେ, ସ୍ଥାନୀୟ ଶିବୁ ନାମକ ଯୁବକ ଦାଦାବଟି ପାଇଁ ପୂର୍ବରୁ ଅସୀମ ରାଉତରାୟଙ୍କୁ ଗାଳିଗୁଲଜ କରୁଥିଲା। ଗତକାଲି ମଧ୍ୟ ସମାନ ଆଚରଣ ଦେଖାଇଥିଲା। ଏହାକୁ ବିରୋଧ କରିବାରୁ ବନ୍ଧୁକ ଦେଖାଇ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଆକ୍ରମଣ କରିଥିଲା ଅଭିଯୁକ୍ତ ଶିବୁ। ଦାନା ନେ କହି ଚଳାଇଥିଲା ଗୁଳି।ଏପରିକି ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ ବେଳେ ଅସୀମଙ୍କ ମାଆଙ୍କୁ ମଧ୍ୟ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚାଲିଛି। ତେବେ ଏସମ୍ପର୍କରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!