ପରଲୋକରେ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର ,ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪ା୧୧:ବଲିଉଡର ବିଶିଷ୍ଟ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କର ପରଲୋକ ଘଟିଛି। ବର୍ଷିୟାନ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ମୁମ୍ବାଇସ୍ଥିତ ବାସଭବନରେ ୮୯ବର୍ଷ ବୟସରେ ଦେହାନ୍ତ ହୋଇଛି ବୋଲି ଖବର ସରବରାହ ସଂସ୍ଥା IANS ସୂତ୍ରରୁ ଜଣାପଡିଛି। ଅସୁସ୍ଥତା ନେଇ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ।ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଶେଷରେ ଆଜି ଆଖି ବୁଜିଛନ୍ତି ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର । ଅଭିନେତାଙ୍କୁ କିଛି ଦିନ ପୂର୍ବରୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ କିଛି ଦିନ ପରେ ସୁସ୍ଥ ହୋଇ ଘରୁ ଫେରିଥିଲେ ଅଭିନେତା । ଆଜି ସକାଳୁ ସକାଳୁ ଧର୍ମେନ୍ଦ୍ରଙ୍କ ଘର ଆଗରେ ସୁରକ୍ଷା କର୍ମୀଙ୍କ ସହିତ ଆମ୍ବୁଲାନ୍ସ ଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସନ୍ଦେହ ଉପୁଜିଥିଲା । କିନ୍ତୁ ପରେ ଜଣାପଡିଥିଲା ଯେ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଛି ।୧୯୩୫ ଡିସେମ୍ବର ୮ରେ ପଞ୍ଜାବ ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ ଧର୍ମେନ୍ଦ୍ର। ଦର୍ଶକଙ୍କୁ ଭେଟି ଦେଇଥିଲେ ଅନେକ ହିଟ୍ ଚଳଚ୍ଚିତ୍ର। ୬ ଦଶନ୍ଧିର ଫିଲ୍ମ କ୍ୟାରିୟରରେ ସେ ପ୍ରାୟ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ଫୁଲ୍ ଔର ପଥର, ସୋଲେ, ଚୁପେକେ ଚୁପକେ, ଅନୁପମା ଭଳି ସିନେମାରେ ଅଭିନୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୧୯୬୦ରେ ‘ଦିଲ୍ ଭି ତେରା ହମ୍ ଭି ତେରା’ ଫିଲ୍ମରେ ଡେବ୍ୟୁ କରିଥିଲେ। ବଲିଉଡ୍ ଜଗତରେ ‘ହି-ମ୍ୟାନ୍’ ଭାବେ ଜଣାଶୁଣା ଥିଲେ।୧୯୯୭ରେ ଫିଲ୍ମଫେୟାର ଲାଇଫ୍ ଟାଇମ ଆଚିଭମେଣ୍ଟ ସମ୍ମାନ ପାଇଥିଲେ ଧର୍ମେନ୍ଦ୍ର। ୨୦୧୧ରେ ପାଇଥିଲେ ଦାଦା ସାହେବ ଫାଲକେ ସମ୍ମାନ। ୨୦୧୨ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।ଧର୍ମେନ୍ଦ୍ରଙ୍କ ବିୟୋଗ ନେଇ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ବଲିଉଡର ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ଏବଂ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ଧର୍ମେନ୍ଦ୍ରଙ୍କ ଶେଷ ଦର୍ଶନ ପାଇଁ ଶ୍ମଶାନ ଘାଟରେ ସେଲିବ୍ରିଟିଙ୍କ ଭିଡ଼ ଲାଗିଛି। ମୁମ୍ବାଇ ଭିଲେ ପାର୍ଲେ ସ୍ଥିତ ଶ୍ମଶାନ ଘାଟରେ ସେଲିବ୍ରିଟିଙ୍କ ଭିଡ଼। ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ। ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କିମ୍ବଦନ୍ତୀ ଅଭିନେତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, ‘ଧର୍ମେନ୍ଦ୍ର ଜୀଙ୍କ ଦେହାନ୍ତ ଭାରତୀୟ ସିନେମାରେ ଏକ ଯୁଗର ଅନ୍ତ ଘଟାଇଛି। ସେ ଜଣେ ପ୍ରତୀକାତ୍ମକ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଥିଲେ, ଜଣେ ଉଲ୍ଲେଖନୀୟ ଅଭିନେତା ଯିଏ ତାଙ୍କ ଅଭିନୀତ ପ୍ରତ୍ୟେକ ଭୂମିକାରେ ଆକର୍ଷଣ ଏବଂ ଗଭୀରତା ଆଣିଥିଲେ। ସେ ଯେଉଁସବୁ ଭୂମିକାରେ ଅଭିନୟ କରିଥିଲେ ତାହା ଅଗଣିତ ଲୋକଙ୍କ ହୃଦୟକୁ ଛୁଇଁଥିଲା। ଧର୍ମେନ୍ଦ୍ର ଜୀଙ୍କ ସରଳତା, ନମ୍ରତା ପାଇଁ ସେ ବେଶ୍‌ ପ୍ରଶଂସିତ ହୋଇଥିଲେ। ଏହି ଦୁଃଖଦ ସମୟରେ ତାଙ୍କ ପରିବାର, ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କ ସହିତ ମୋର ସମବେଦନା ଜଣାଉଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!