ଭୁବନେଶ୍ୱର,୨୫।୧୧: ୧୨ ଘଣ୍ଟିଆ ଦାରିଙ୍ଗବାଡି ବନ୍ଦ। ଚାରିଛକ ଦୁର୍ଗା ପୂଜା ମଣ୍ଡପ ଜମିକୁ ନେଇ ଆଜି ୧୨ ଘଣ୍ଟିଆ ଦାରିଙ୍ଗବାଡି ବନ୍ଦ ପାଳନ କରାଯାଉଛି। ଦାରିଙ୍ଗବାଡି ଦୁର୍ଗାପୂଜା କମିଟି ଓ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ପ୍ରଭାବରେ ଆଜି ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।କେବଳ ଜରୁରୀକଳୀନ ସେବା ଜାରି ରହିଛି। ଚାରିଛକ ଦୁର୍ଗାପୂଜା ମଣ୍ଡପ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ସମାଧାନ ପାଇଁ ଉଭୟ ଗୋଷ୍ଠୀଙ୍କୁ ନେଇ ତହସିଲଦାରଙ୍କ ପକ୍ଷରୁ ଶାନ୍ତି କମିଟି ବୈଠକ ମଧ୍ୟ ବସିଥିଲା। କିନ୍ତୁ କିଛି ସମାଧାନର ରାସ୍ତା ବାହାରିପାରିନଥିଲା। ଯାହାର ପ୍ରତିବାଦରେ ଆଜି ଦାରିଙ୍ଗବାଡିରେ ବନ୍ଦ ପାଳନ କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |