ନବରଙ୍ଗପୁର ( ପ୍ରିୟଦର୍ଶିନୀ ପାତ୍ର ),୨୫।୧୧:ଡାବୁଗାଁ ବ୍ଲକ ନୂତନ ମିଶନ ଶକ୍ତି ଗୃହ ର ଶୁଭାରମ୍ଭ କଲେ ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ। ଏବଂ ଏହି ଗୃହରେ ଆୟୋଜନ କରାଯାଇଥିଲା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର। କିନ୍ତୁ ଆଜି ଯୁଗ୍ନ ଅଭିଯୋଗ ଶୁଣାଣି ଶିବିର ପ୍ରାୟତଃ ଜନ ଶୁନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଆଜି ଅଭିଯୋଗ ଶୁଣିବାକୁ ଜିଲ୍ଲାପାଳ ମହଦାୟଙ୍କ ସହ ଅନେକ ସରକାରୀ କର୍ମଚାରୀ ଉପସ୍ଥିତି ଥିଲେ ହେଲେ ଅଭିଯୋଗ କରିବା ପାଇଁ ଜନତା ଅତି କମ୍ ଥିଲେ ।ମୋଟ ୧୪ଟି ଅଭିଯୋଗ ହୋଇଥିବା ବେଳେ ସେଥିରୁ ୮ ଟି ବ୍ୟକ୍ତିଗତ ଏବଂ ୬ ଟି ଗୋଷ୍ଠୀ ଗତ ସମସ୍ୟା ଥିଲା। ମୁଖ୍ୟସମସ୍ୟା ଗୁଡିକ ଯଥା ଡାବୁଗାଁ ପଞ୍ଚଯାତରେ ଆଜିକୁ ୪ବର୍ଷ ହେବ କୌଣସି ଉନ୍ନ୍ନତି ମୂଳକ କାର୍ଯ୍ୟ ହୋଇ ପାରୁନାଇଁ ସରକାରଙ୍କ ତରଫରୁ ବୋଲି ଡାବୁଗାଁ ସରପଞ୍ଚ ଅଭିଯୋଗ ଆଣି ଥିଲେ। ଏଭଳି କେଲିଆ ମନ୍ଦିରରେ ମୁତନ ମଣ୍ଡପ ଗୃହ ପାଇଁ ପ୍ରଶାସନର ସାହାଯ୍ୟ ପାଇଁ କମିଟି ତରଫରୁ ଲିଖିତ ଅଭିଯୋଗ ହୋଇଥିଲା। ତତ୍ ସଙ୍ଗେ ଡାବୁଗାଁ ମଇଦଲପୁର ରାସ୍ତାରେ ବଷ୍ଟାଣ୍ଡ ନିକଟରେ ଡ୍ରେନ ପାଇଁ ଦାବି କଲେ ମହିଳା ମାନେ,ଡାବୁଗାଁ ମୁଖ୍ୟ ରାସ୍ତା ଚାରିଛକରେ ହାଇମାସ ଲାଇଟ ଅଚଳ ଭଳି ବିଭିନ୍ନ ସମସ୍ୟା ବିଷୟରେ ଆଜି ଅଭିଯୋଗ ହୋଇଛି। କିନ୍ତୁ ଜନସାଧାରଙ୍କୁ ପୂର୍ବରୁ ଯୁଗ୍ମ ଅଭିଯୋଗ ବିଷୟରେ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦେଇଥିଲେ ଆହୁରି ଅଧିକ ଲୋକଙ୍କ ଅଭିଯୋଗ ଆସି ପାରିଥାନ୍ତା ଓ ଲୋକେ ଉପକୃତ ହୋଇପାରିଥାନ୍ତେ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି।। ବ୍ଲକ ସ୍ତରୀୟ ଅଧିକାରୀମାନେ ଯୁଗ୍ନ ଅଭିଯୋଗ ଶୁଣାଣି ବିଷୟରେ ସ୍ଥାନୀୟ ଜନସାଧାରଣ ଙ୍କୁ କୌଣସି ସୂଚନା ଦେଇ ନ ଥିବା ଅଭିଯୋଗ ହେଉଛି।। ଆଜିର ଜନଶୁଣାଣୀ କାର୍ଯ୍ୟରେ କେବଳ ସରକାରୀ ବାବୁମାନେ ଏଵଂ ସ୍ଥାନୀୟ କିଛି ପ୍ରମୁଖ ବ୍ୟକ୍ତି ଉପସ୍ଥିତି ଥିଲେ। ବ୍ଲକରେ ନିଜନିଜ କାମ ପାଇଁ ଆସିଥିବା କିଛି ନିରୀହ ବୃଦ୍ଧା ବୃଦ୍ଧ ଙ୍କୁ ମିଟିଂ ଗୃହରେ ବସାଇ ଆଜିର କାର୍ଯ୍ୟକ୍ରମକୁ ଅଧିକାରୀ ମାନେ ସମାପ୍ତ କରି ଦେଇ ଥିବା ଗୁଜବ ହେଉଛି। ଅବ୍ୟବସସ୍ଥା ଘେରରେ ଚାଲିଛି ଡାବୁଗାଁ ବ୍ଲକ ରେ ବିକାଶ ମୂଳକ କାମ। ସଠିକ୍ ଜନ ଶୁଣାଣୀ ହେଲେ, ପ୍ରକୃତ ସମସ୍ୟା ଗୁଡ଼ିକ କଣ ଏବଂ ଏହାର ସମାଧାନର ବାଟ ବାହାରି ପାରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଏହି ବିଷୟ ଉପରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ଦୃଷ୍ଟି ପଡ଼ିଲେ ଡାବୁଗାଁ ବ୍ଲକ ର ବିକାଶ ହୋଇ ପାରନ୍ତା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |