ଭୁବନେଶ୍ୱର,୨୫।୧୧:ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୨ଟି ବିଭାଗର ୭୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯାଇଛି। ଗୃହ ବିଭାଗ ପାଇଁ ମଧ୍ୟ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ମଧ୍ୟ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ସରକାର ଖାଲି ପଡ଼ିଥିବା ପଦ ଏବଂ ଖାଲି ହେଉଥିବା ପଦବି ପୁରା କରୁଛନ୍ତି। ବିଭିନ୍ନ ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲି। ସରକାର ଦ୍ରୁତ ଶିଳ୍ପାୟନ କ୍ଷେତ୍ରରେ କାମ କରୁଛନ୍ତି। ଆମ ସରକାର ଆସିବାର ୫୦୦ ଦିନ ଭିତରେ ୩୭,୩୨୫ ଜଣଙ୍କୁ ନିଯୁକ୍ତି ଦେଇଛି। ଆଜି ଦ୍ବାଦଶ ନିଯୁକ୍ତି ମେଳାରେ ୧୨ଟି ବିଭାଗରେ ୭,୨୯୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବିତରଣ କରାଯାଇଛି।ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୧୨ଟି ବିଭାଗର ନୂତନ ଭାବେ ଚୟନୀତ ୭,୨୯୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ଅବସରରେ କହିଛନ୍ତି, ଆମ ସରକାର ଖାଲି ପଡ଼ିଥିବା ପଦ ଏବଂ ଖାଲି ହେଉଥିବା ପଦବି ପୂରା କରୁଛନ୍ତି। ବିଭିନ୍ନ ବିଭାଗକୁ ଏଥି ପାଇଁ ନିର୍ଦ୍ଦେଶ ଦେଇଥିଲି। ସରକାର ଦ୍ରୁତ ଶିଳ୍ପାୟନ କ୍ଷେତ୍ରରେ କାମ କରୁଛନ୍ତି। ଆମ ସରକାର ଆସିବାର ୫୦୦ ଦିନ ଭିତରେ ୩୭,୩୨୫ ଜଣଙ୍କୁ ନିଯୁକ୍ତି ଦେଇଛି। ଆଜି ଦ୍ବାଦଶ ନିଯୁକ୍ତି ମେଳାରେ ୧୨ଟି ବିଭାଗରେ ୭,୨୯୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବିତରଣ କରାଯାଇଛି। ପୂର୍ବ ସରକାରରେ ଏତିକି କମ ଦିନରେ ଏଭଳି ନିଯୁକ୍ତି ଦିଆଯାଇ ନଥିଲା। ଦୁଇ ବର୍ଷ ମଧ୍ୟରେ ଆମ ସରକାର ୬୫ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କରିସାରିଥିବେ। ଆମ ଦେଶରେ ୪ରୁ କମ ପ୍ରତିଶତ ସରକାରୀ ଚାକିରି କରିବାର ସୁଯୋଗ ଲାଭ କରିଥାନ୍ତି। ତେଣୁ ଆମ ସରକାର ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବ ସରକାରରେ ଓଡ଼ିଶାରେ ସବୁ ଥାଇ ମଧ୍ୟ ଶିଳ୍ପାୟନ ହୋଇପାରି ନଥିଲା। ଆମ ସରକାର ଆସିବା ପରେ ୨ଲକ୍ଷ କୋଟି ଟଙ୍କାର ଶିଳ୍ପ ପାଇଁ ଓଏଏମ୍ୟୁ କରିଛନ୍ତି। ଏହା ଦ୍ବାରା ଦେଢ଼ ଲକ୍ଷ ଲୋକଙ୍କୁ ରୋଜଗାର ମିଳିପାରିବ ବୋଲି ଆଶା କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |