ଭୁବନେଶ୍ୱର,୨୫ା୧୧:ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ସମୁଦ୍ର ଭିତରେ ବଡ଼ ହଲଚଲ୍ । ଆଜି ଅବପାତର ରୂପ ନେଇପାରେ ୱେଲ ମାର୍କ ଲୋପ୍ରେସର । ଏହା ଆହୁରି ଘନୀଭୂତ ହୋଇ ୪୮ ଘଣ୍ଟା ଭିତରେ ବା ୨୭ ତାରିଖ ଗୁରୁବାର ସୁଦ୍ଧା ନେଇପାରେ ବାତ୍ୟା ରୂପ । ଅବପାତର ରୂପ ନେଇସାରିଛି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ। ଏହା ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ। ତେବେ ଆଣ୍ଡାମାନ ଉପରେ ଥିବା ଅବପାତ ୨୪ ଘଣ୍ଟାରେ ବାତ୍ୟାରେ ପରିଣତ ହେବ। ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।କିଛି ସ୍ଥାନରେ ପାଗ ମେଘୁଆ ରହିବ। ଶୀତର ପ୍ରଭାବ ସାମାନ୍ୟ ରହିବ। ଆସନ୍ତାକାଲି ଅର୍ଥାତ୍ ବୁଧବାରଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ। ରାଜ୍ୟରେ ଶୀତ ଅନୁଭବ ହେବ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ବର୍ଷା ଭୟ ନାହିଁ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି।ଅନ୍ୟପଟେ ଦ୍ୱନ୍ଦ ବଢାଉଛି ବଙ୍ଗୋପସାଗରରେ ଯୋଡା ଲଘୁଚାପ । ଗୋଟିଏ ମାଲାକ୍କା, ଅନ୍ୟଟି ଶ୍ରୀଲଙ୍କା ନିକଟରେ ସୃଷ୍ଟି ହୋଇଛି । ଗୋଟିଏ ଲଘୁଚାପ ଆଜି ଅବପାତରେ ପରିଣତ ହେବାର ୪୮ ଘଣ୍ଟା ଭିତରେ ବାତ୍ୟାର ରୂପ ନେବ । ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ବୁଧବାର କିମ୍ବା ଗୁରୁବାର ସୁଦ୍ଧା ବାତ୍ୟାର ରୂପ ଧାରଣ କରି ପଶ୍ଚିମ ଉତ୍ତର ପଶ୍ଚିମ ଆଡକୁ ଗତି କରିପାରେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |