ଡାବୁଗାଁ ଭୈରବ ମହାବିଦ୍ୟାଳୟ ଠାରେ ସମ୍ବିଧାନ ଦିବସ ପାଳିତ

ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର) :-ଡାବୁଗାଁ ଭୈରବ ମହାବିଦ୍ୟାଳୟ ଠାରେ ସମ୍ବିଧାନ ଦିବସ ପାଳିତ ହେଲା।ଏହି ବସରେ ଭୈରବ ମହାବିଦ୍ୟାଳୟର ଅଧକ୍ଷ ରମେଶ ଚନ୍ଦ୍ର ନହକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାବାସାହେବ ଆମ୍ବେଦକର ଙ୍କ ଫଟିଚିତ୍ରରେ ପୁଷ୍ପ ମାଲ୍ୟା ଦେଇ ଦୀପ୍ପ ପ୍ରଜ୍ବଳନ କରିଥିଲେ। ଆଜିର କାର୍ଯ୍ୟକ୍ରମ କୁ ଆୟୋଜିତ କରିଥିଲେ ଆମ୍ବେଦକର ବାଦୀ ଦୟାନିଧି ଟାକରି। କାର୍ଯ୍ୟକ୍ରମ ସମୟରେ ଉପସ୍ଥିତି ଥିଲେ କଲେଜର ଅଧ୍ୟାପକ,ଅଧ୍ୟାପିକା, ଲାର୍ମଚାରୀ ମାନଙ୍କ ସହ ଛାତ୍ର ଛାତ୍ରି ମାନେ।ଆଜି ହେଉଛି ନଭେମ୍ବର ୨୬, ସମ୍ବିଧାନ ଦିବସ।​୧୯୪୯ ମସିହା ଆଜିର ଦିନରେ ଭାରତୀୟ ସମ୍ବିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା। ଏହି ଶୁଭ ଅବସରରେ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଜଣାଇ ରାଷ୍ଟ୍ର ଗଠନ ଦିଗରେ ନିଜର ଦାୟିତ୍ୱ ପାଳନ କରିବା ଓ ​ମା ଭାରତୀର ସେବାରେ ନିଜକୁ ସମର୍ପଣ କରିବା ପାଇଁ ଏହି ଦିବସ ପାଳନ କରାଯାଏ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!