ରାଜ୍ୟକୁ ଫେରିଛି ଶୀତ,୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା

ଭୁବନେଶ୍ୱର,୨୭ା୧୧: ରାଜ୍ୟରେ  ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।  ୧୦ ଡିଗ୍ରୀ ତଳେ ରହିଛି ୬ ସହରର ତାପମାତ୍ରା। ଜି.ଉଦୟଗିରି ୭.୪, ରାଉରକେଲା ୭.୭ , ଝାରସୁଗୁଡା ୮.୧ , ସେମିଳିଗୁଡା ୮.୬, କିରେଇ ୯.୩, ଦାରିଙ୍ଗବାଡି ୯.୫ , ଭୁବନେଶ୍ଵର ୧୩.୫ ଏବଂ କଟକରେ ତାପମାତ୍ରା ୧୩.୪ ଡିଗ୍ରୀ ରେକର୍ଡ ହୋଇଛି।ମଙ୍ଗଳବାର ରାତିରେ ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ, ରାଉରକେଲାରେ ୧୦.୧, ଝାରସୁଗୁଡ଼ାରେ ୧୦.୪, ଫୁଲବାଣୀରେ ୧୨, କେନ୍ଦୁଝରରେ ୧୨.୫, ସୁନ୍ଦରଗଡ଼ରେ ୧୨.୬, କୋରାପୁଟରେ ୧୩.୨, ବାରିପଦାରେ ୧୨.୬, ଭବାନୀପାଟଣା ଓ ନବରଙ୍ଗପୁରରେ ୧୩.୮, ଭଦ୍ରକରେ ୧୪, ଢେଙ୍କାନାଳରେ ୧୪.୧, ରାୟଗଡ଼ାରେ ୧୪.୪, ସମ୍ବଲପୁରରେ ୧୫.୨, ବଲାଙ୍ଗିରରେ ରାତି ତାପମାତ୍ରା ୧୫.୫ ଡିଗ୍ରୀ ରହିଥିଲା । କଟକରେ ୧୪.୬ ଡିଗ୍ରୀ ଓ ରାଜଧାନୀ ଭୁବନେଶ୍ୱରରେ ୧୬ ଡିଗ୍ରୀ ରେକର୍ଡ ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!