ନୂଆଦିଲ୍ଲୀ,୧।୧୨ : ସଂସଦର ଶୀତକାଳୀନ ଅଧିବେଶନରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହରେ ପ୍ରବଳ ନାରାବାଜି କରିଛନ୍ତି ବିରୋଧୀ । ପ୍ରବଳ ହଟ୍ଟଗୋଳ ଓ ନାରାବାଜି ପାଇଁ ପ୍ରଶ୍ନକାଳ ଚାଲିପାରିନାହିଁ । ଗୃହକୁ ୧୨ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ପାର୍ଲାମେଣ୍ଟର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ଦିନକ ପୂର୍ବରୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଥିଲେ। ଭୋଟର ତାଲିକାର ଏସ୍ଆଇଆର୍ ଉପରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି।ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବୁ ଦିବ୍ୟଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା, ଯାହାକୁ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ । ଏହାପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଥିଲେ ବିରୋଧୀ କଂଗ୍ରେସ । ବିଭିନ୍ନ ପ୍ରସଙ୍ଗ ଯେପରିକି ଏସଆଇଆର, ଭୋଟ ଚୋରିକୁ ନେଇ ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି ।ଶୀତ ଅଧିବେଶ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କହିଛନ୍ତି ଜାତୀୟ ନୀତି ପାଇଁ ସକାରାତ୍ମକତା ଜରୁରୀ। ଗୃହ ହଙ୍ଗାମା ପାଇଁ ନୁହେଁ। ଗୃହରେ କୌଣସି ନକରାତ୍ମକତା ରହିବା ଉଚିତ୍ ନୁହେଁ। ସେ ଏହା ମଧ୍ୟ କହିଥିଲେ ଯେ କିପରି ପ୍ରଦର୍ଶନ କରିବେ ସେ ବିଷୟରେ ବିରୋଧୀଙ୍କୁ ପରାମର୍ଶ ଦେବାକୁ ସେ ପ୍ରସ୍ତୁତ। ସେମାନେ ଗୃହରେ ପରାଜୟ ଉପରେ ସେମାନଙ୍କର ହତାଶା ପ୍ରକାଶ କରିବା ଉଚିତ୍ ନୁହେଁ। ବିରୋଧୀ ଦଳକୁ ତାର ରଣନୀତି ପରିବର୍ତ୍ତନ କରିବା ଉଚିତ୍। ବିରୋଧୀ ଦଳକୁ ମଧ୍ୟ ତାର ଦାୟିତ୍ୱ ପାଳନ କରିବା ଉଚିତ୍।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |