ଆଜି ବିଶ୍ବ ଏଡ୍‌ସ ଦିବସ

ଭୁୁବନେଶ୍ୱର ,୧/୧୨:   ସଚେତନ କରିବାକୁ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଦିବସର ବାର୍ତ୍ତା ଭିନ୍ନ ଭିନ୍ନ ହୋଇଥାଏ । ବର୍ଷକୁ ବର୍ଷ ରାଜ୍ୟରେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୫ ବର୍ଷର ତଥ୍ୟ ଅନୁସାରେ, ପ୍ରତିବର୍ଷ ତିନି ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଏଡ୍‌ସ ନ ବ୍ୟାପିବା ପାଇଁ ରାଜ୍ୟ ସରକାର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲେ ବି ସ୍ଥିତିରେ ସୁଧାର ଆସୁନି। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ନବରଙ୍ଗପୁରରେ ଅଧିକ ଏଡ୍‌ସ ରୋଗୀ ଚିହ୍ନଟ ହେଉଛନ୍ତି। ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି ‘Overcoming disruption, transforming the AIDS response’ ,। ତେବେ ଦେଶର ଟପ୍ ଟେନ୍ ତାଲିକାରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ରହିଛି ।ବର୍ତ୍ତମାନ ପର୍ଯ୍ୟନ୍ତ ୧୮୮୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଦେଶରେ ୮ନମ୍ବର ଏଡ୍ସ୍ ପ୍ରବଣ ଜିଲ୍ଳା ଭାବେ ପରିଗଣିତ ଏହି ଜିଲ୍ଲା । ଏଡ୍ସ ଏକ ଘାତକ ରୋଗ । ଏହାର ଲକ୍ଷଣ ହାଠତ୍ ଜଣାପଡେ ନାହିଁ । ଡେରରେ ଏହି ରୋଗର ଲକ୍ଷଣ ଜଣାପଡିବା ବେଳକୁ ରୋଗୀର ସମସ୍ୟା ଗୁରୁତର ହୋଇଯାଇଥାଏ । ତେଣୁ ଏହି ରୋଗର ପ୍ରାଥମିକ ରୋଗର ଲକ୍ଷଣ ଜାଣି ଚିକିତ୍ସା ଆରମ୍ଭ କରିବା ବେଳକୁ ହୁଏତ ବିଳମ୍ବ ହୋଇଯାଇଥାଏ ।ତେଣୁ ଏହି ରୋଗରୁ ରକ୍ଷା ପାଇବାକୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସଚେତନତା । ଦେଖାଯାଏ କୌଣସି ବ୍ୟକ୍ତିଙ୍କୁ ଏଡ୍ସ ହୋଇଥିବା ଜଣାପଡିଲେ ତାଙ୍କୁ ଏକଘରିକିଆ କରି ରଖାଯାଏ କିମ୍ବା ପରିବାରରୁ ଅଲଗା କରିଦିଆଯାଏ । ସମାଜରେ ତାଙ୍କୁ ଘୃଣା ଦୃଷ୍ଟିରେ ଦେଖନ୍ତି । କିନ୍ତୁ ଏହା ସମାଜକୁ ଏଡ୍ସ ମୁକ୍ତ କରିବାର ବାଟ ନୁହେଁ । ବେଳେବେଳେ ଅନ୍ୟର ଭୁଲ ପାଇଁ ମଧ୍ୟ କେହି ଏପରି ବ୍ୟାଧୀ ଭୋଗୁଥାନ୍ତି । ରୋଗୀକୁ ଘୃଣା ନକରି ସେବା ଯତ୍ନ କରିବା ସହ ଅନ୍ୟ ଲୋକଙ୍କୁ ସଚେତନ କରିବା ।ସର୍ବପ୍ରଥମେ ଏଡ୍ସ ଦିବସକୁ ବିଶ୍ୱ ସ୍ତରରେ ଆରମ୍ଭ କରିଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ଜେମ୍ସ ଡବ୍ଲୁ ୱିନ୍ ଓ ଥମ୍ସ ନେଦର ନାଁରେ ଦୁଇ ଜଣ ଅଧିକାରୀ । ଏହାକୁ ପ୍ରଥମେ ୧୯୮୮ ରେ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭରେ ଏହାକୁ ମୁଖ୍ୟତଃ ଯୁବଗୋଷ୍ଠୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲେ ବି ପରେ ଏହାକୁ ସବୁ ବର୍ଗଙ୍କୁ ଫୋକସ୍ କରି ଏହି ଅଭିଯାନ ଜାରି ରହିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!