ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ,ଆଜି ଅନ୍‌ଲାଇନ୍ ଟିକଟ ବୁକିଂ

ଭୁବନେଶ୍ୱର,୧ା୧୨ :ଡିସେମ୍ବର ୯ରେ  ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏଥିପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ଟିକଟ ବିକ୍ରି ଆରମ୍ଭ ହେବ। ଅପରାହ୍ଣ ୨ଟାରୁ ଅନ୍‌ଲାଇନ୍ ଟିକଟ ବୁକିଂ ଆରମ୍ଭ ହେବ। ‘ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ ଆପ୍‌’ ଏବଂ ୱେବସାଇଟ୍‌ରେ ଲୋକେ ଟିକଟ ବୁକ୍ କରିପାରିବେ। ଏଥର ମାତ୍ର ୨ହଜାର ଟିକଟ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଅନ୍‌ଲାଇନ୍ ଟିକଟ କ୍ରେତାଙ୍କ ପାଇଁ ଆସନ୍ତା ୮ ଓ ୯ ତାରିଖରେ କେମ୍ବ୍ରିଜ ସ୍କୁଲରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ। ସେଠାରୁ ସେମାନେ ଟିକଟ୍‌ର ହାର୍ଡକପି ସଂଗ୍ରହ କରି ପାରିବେ। ଗ୍ୟାଲେରି ନଂ-୨, ୪, ୭ ସହିତ ନ୍ୟୁ ପ୍ୟାଭିଲିୟନ, ସ୍ପେସିଆଲ ଏନ୍‌କ୍ଲୋଜର ଏବଂ ଏସି ଗ୍ୟାଲେରି ବକ୍ସର ଟିକଟ କେବଳ ଅନ୍‌ଲାଇନ୍‌ରେ ବୁକିଂ ହୋଇପାରିବ । ଜଣେ ବ୍ୟକ୍ତି ୨ଟି ଟିକଟ ହିଁ ଅନ୍‌ଲାଇନ୍‌ରେ କିଣି ପାରିବେ ବୋଲି ସୂଚନା ଦିଆଯାଇଛି। ସେହିପରି ଡିସେମ୍ବର ୩ ଓ ୪ରେ ଓସିଏ ସହ ଅନୁବନ୍ଧିତ ୟୁନିଟ୍‌ଗୁଡ଼ିକୁ ଟିକଟ ବିକ୍ରି କରାଯିବ। ମୋଟ ୪୨ହଜାର ଟିକଟରୁ ୧୧ହଜାର ଟିକଟ ଅନୁବନ୍ଧିତ ୟୁନିଟ୍‌ କିଣିବେ। ୧୦ହଜାର ଟିକଟ କାଉଣ୍ଟରକୁ ପଠାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଡିସେମ୍ବର ୫ ତାରିଖରେ ବାରବାଟୀ ଷ୍ଟାଡିୟମ ନିକଟରେ ଟିକଟ କାଉଣ୍ଟର ଖୋଲିବ ବୋଲି ସୂଚନା ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!