ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),,୧।୧୨ :- ବିଶ୍ଵ ଏଡସ ଦିବସ -୨୦୨୫ ପାଳନ ଅବସରରେ ଡାବୁଗାଁ ସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକା ଏଡସ,ଏଚ ଆଇ ଭି ରୋଗ କିପରି ହୁଏ ଓ ତାହାର ନିରାକରଣ ଉପରେ ଛାତ୍ର ଛାତ୍ରି ମାନଙ୍କୁ ବୁଝାଇଥିଲେଏହି ଅବସରରେ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଡାବୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରର କଚାରି ମାନେ ଏବଂ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସନ୍ତୋଷ ସିଂ ଲାଲ,ସରୋଜ କୁମାର ବୋଡ଼କିଆ,ଶିବ ପ୍ରସାଦ ସାହୁ, ନବୀନ କୁମାର ନାଗେଶ,ଲିପୁ ଚନ୍ଦ୍ର ମାଝୀ, ମାନସ ମାଝୀ, ଅଧ୍ୟାପିକା ଖୁଲଣାବତୀ ପୂଜାରୀ,ଅସ୍ମିତା ସ୍ଵାଇଁ, ରିତୁ ମଣ୍ଡଳ ସୂକ୍ଷ୍ମାଙ୍ଗୀ ପତି, ରଶ୍ମିତା ପାଢୀ,ଜ୍ୟୋତ୍ସ୍ନା ରାଣୀ ଖୁରା,ମୁଖ୍ୟ କିରାଣୀ ଦୟାନିଧି ଟାକ୍ରୀ,କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ l ଅଧ୍ୟକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ଦିବସ ଉପରେ ବ୍ୟାପକ ଭାବେ ବୁଝାଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇ ଥିଲେ l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |