ନବରଙ୍ଗପୁର ମହାବିଦ୍ୟାଳୟ ରେଡ୍ କ୍ରସ୍ ତରଫରୁ ବିଶ୍ଵ ଏଡ଼ସ ଦିବସ ପାଳିତ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),,୧।୧୨ :-ନବରଙ୍ଗପୁର ମହାବିଦ୍ୟାଳୟ ର ଯୁବ ରେଡ଼କ୍ରସ ଏବଂ ରେଡ ରିବନ୍ କ୍ଲବ ତରଫରୁ ନବରଙ୍ଗପୁର ମହାବିଦ୍ୟାଳୟ ରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଏଡ଼ସ ଦିବସରେ ଯୁବ ରେଡକ୍ରସ ର ଜିଲ୍ଲା ଆବାହକ ଅଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ହୋତା ଏବଂ କଲେଜ ସଂଯୋଜକ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା +2 ଏବଂ +3 ଶ୍ରେଣୀସବୁ ରେ ପ୍ରାଥମିକ ଭାବେ ଛାତ୍ର ଛାତ୍ରୀଙ୍କୁ ଏଡସ ବିଷୟରେ ସଚେତନ କରିବା ସହିତ ଆଜି ଦିନର ମହତ୍ତ୍ଵ ବିଷୟରେ ସୂଚନା ଦେଇଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଏଥିନିମନ୍ତେ ଆୟୋଜିତ ସଭା ଉଦଘାଟନ କରି ମୁଖ୍ୟ ଅତିଥି ଯୁବ ରେଡକ୍ରସ ର ଜିଲ୍ଲା ଅଧିକାରୀ ତଥା ଅଧ୍ୟକ୍ଷ ଶ୍ରୀ ଡି. ଗୋବିନ୍ଦା ରାଓ ସାମ୍ପ୍ରତିକ ସମୟରେ ଭାରତରେ ଏଡସର ସ୍ଥିତି ଓ ପ୍ରଭାବ ବିଷୟରେ ଆଲୋକପାତ କରିବା ସହ ସଚେତନତା ଦ୍ଵାରା ହିଁ ସମାଜରୁ ଅସମାନତା ଦୁର କରିପାରିବ ବୋଲି କହିଥିଲେ । ଜିଲ୍ଲା ଡାକ୍ତରଖାନା ରୁ ସ୍ଵତନ୍ତ୍ର ଭାବେ ନିମନ୍ତ୍ରିତ ଅଧିକାରୀ ସମ୍ମାନିତ ଅତିଥି ତଥା ସମ୍ବଳ ପ୍ରଶିକ୍ଷକ ଶ୍ରୀ ଚନ୍ଦ୍ର ଶେଖର ପଟ୍ଟନାୟକ ଏବଂ ଶ୍ରୀ ସର୍ବେଶ୍ଵର ବାରିକ ଏଡ଼ସ ରୋଗ ର କାରଣ ଓ ନିରାକରଣ ତଥା ସଚେତନତା ଉପରେ ବିଶଦ ଭାବେ ଆଲୋଚନା କରିଥିଲେ। ପ୍ରାଧ୍ୟାପିକା ଶ୍ରୀମତୀ ସଙ୍ଗୀତା ତ୍ରିପାଠୀ ଛାତ୍ର ଛାତ୍ରୀ ଏକ ପ୍ରମୁଖ ଦାୟିତ୍ୱ ଭାବରେ ଏଡ଼ସ ବିଷୟରେ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ଆହ୍ୱାନ ଦେଇଥିଲେ।ଏ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା, ମାନବ ଶୃଙ୍ଖଳ, ଦସ୍ତଖତ ଅଭିଯାନ, କର୍ମଶାଳା ସବୁକୁ ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପିକା ନିର୍ମଳା ହିକକା ଏବଂ ଅଧ୍ୟାପିକା ରଜନୀ ମିଞ୍ଜ ତଥା କର୍ମଚାରୀ ଶ୍ରୀ ରାଜନ୍ ତ୍ରିପାଠୀ ଓ ବନମାଳୀ ବେହେରା ପରିଚାଳନା କରିଥିଲେ।ଜିଲ୍ଳା ଆବାହକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଏଡସ ଦିବସ ପାଳନର ଆବଶ୍ୟକତା ବିଷୟରେ ବକ୍ତବ୍ୟ ଦେବା ସହ ଆଗାମୀ ଦିନରେ ଛାତ୍ର ଛାତ୍ରୀ ନିଜ ନିଜ ଗ୍ରାମରେ ସଚେତନତା ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ। ଏହାପରେ ଯୁବ ରେଡକ୍ରସ ଅଧିକାରୀ ତଥା ଛାତ୍ର ଛାତ୍ରୀ ମାନେ ଏଡ଼ସ ଭୂତାଣୁ ଓ ଏହାର ପ୍ରତିଷେଧକ ଉପରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ସମଗ୍ର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଛାତ୍ର ସଂସଦ ସହ ଉପଦେଷ୍ଟା ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା । ପ୍ରକୃତରେ ଏଡସ ଦିବସ ପାଳନ ଦ୍ୱାରା ଛାତ୍ର ଛାତ୍ରୀଙ୍କ ଭିତରେ ସଚେତନତା ସୃଷ୍ଟି ସହ ଆଗାମୀ ଦିନରେ ଏକ ସଚେତନ ସମାଜ ପ୍ରତିଷ୍ଠା ପାଇଁ ସହାୟକ ହୋଇ ପାରିବ ବୋଲି ଅଧ୍ୟକ୍ଷ ଶ୍ରୀ ରାଓ ମତ ପ୍ରକାଶ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!