ଡାବୁଗାଁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଜୁନାପାଣିଠାରେ ଅନୁଷ୍ଠିତ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) ,୨।୧୨:-ଡାବୁଗାଁ ବ୍ଲକ ଜୁନାପାଣି ପି. ଏମ. ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ରପତି ସାହୁ , ଜିଲ୍ଲା ସାଇନ୍ସ ସୁପରଭାଇଚର୍ ଚିତ ରଞ୍ଜନ ପଟ୍ଟନାୟକ, ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ , ଡାବୁଗାଁ ବିଡିଓ ଶରତ ମାଝୀ , ଵିଆରସିଶି ଭଗବାନ୍ ମାଝୀ , ବିଆରସିଶି ସୋନ୍ତୋଷ ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ କିଭଳି ଏହି ବିଜ୍ଞାନ ମେଳା ମଧ୍ୟମରେ ଶିକ୍ଷ୍ୟା ପାଇ ଅଗମି ଦିନରେ ବୈଜ୍ଞାନିକ ହୋଇପାରିବେ ସେନେଇ କହିଥିଲେ । ପରେ ରିବନ କାଟି ବିଜ୍ଞାନ ମେଳା କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପାପଡ଼ାହାଣ୍ଡି ଆଦର୍ଶ ବିଦ୍ୟାଳୟର ଶିକ୍ଷକ ସମୀର ନାୟକ ଓ ଡାବୁଗାଁ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ରୁପମ୍ ବେପାରୀ ଛାତ୍ର ଛାତ୍ରୀ ବିଜ୍ଞାନ ମେଳାକୁ ନେଇଥିବା ପ୍ରୋଜେକ୍ଟ କୁ ନିରିକ୍ଷଣ କରି ଫଳାଫଳ ପ୍ରଦାନ କରିଥିଲେ । ଫଳାଫଳ ଘୋଷଣା ପରେ ଭଲ ପ୍ରୋଜେକ୍ଟ ନେଇଥିବା ଛାତ୍ର ଛାତ୍ରୀ ମାନେ ଆଗାମୀ ଦିନରେ ଜିଲା ସ୍ତରୀୟ ବିଜ୍ଞାନ ମେଳା ରେ ଯୋଗ ଦେଇ ନିଜର ପ୍ରତିଭା ଦେଖାଇବେ। ଏହି କାର୍ଯ୍ୟକ୍ରମ ରେ ମୋଟ ୮୨ଜଣ ଛାତ୍ର ଛାତ୍ରୀ ଭାଗ ନେଇ ନିଜର ପ୍ରତିଭା ଦେଖାଇଥିଲେ। ଏହି କାର୍ଯ୍ୟକ୍ରମକୁ ସିଆଏର ସିସି ମାନଙ୍କ ସହ ପ୍ରଧାନ ଶିକ୍ଷକ ସଭାଗ୍ୟ ବିଶ୍ୱାଳ ବିକାଶ ନିସଙ୍କ , କୃଷ୍ଣ ପଣ୍ଡା , ଓ ଅନ୍ୟମାନେ ପରିଚାଳନା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!