ନୂଆଦିଲ୍ଲୀ , ୨ା୧୨ :ସବୁ ମୋବାଇଲରେ ରହିବ ସାଇବର୍ ସୁରକ୍ଷା ଆପ୍। ପ୍ରତ୍ୟେକ ନୂଆ ସ୍ମାର୍ଟଫୋନରେ ସାଇବର ସୁରକ୍ଷା ଆପ୍ ସଂଚାର ସାଥୀ ପ୍ରି ଇନଷ୍ଟଲ୍ କରାଯିବ । ଫୋନ୍ ପ୍ରସ୍ତୁତ ହେଉଥିବା ସମୟରେ ସଂଚାର ସାଥୀ ଲୋଡ୍ କରିବାକୁ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଟେଲିକମ୍ ବିଭାଗ। କୌଣସି ପରିସ୍ଥିତିରେ ସେହି ଆପକୁ କେହି ଡିଲିଟ୍ କିମ୍ବା ଅନଇନଷ୍ଟଲ୍ କରିପାରିବେ ନାହିଁ।ଭାରତରେ ମୋବାଇଲ୍ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଅନଲାଇନ୍ ଠକେଇକୁ ରୋକିବା ପାଇଁ, ଦୂରସଂଚାର ବିଭାଗ (DoT) ଏକ ଏହି ନିର୍ଦ୍ଦେଶ ଅନୁଯାୟୀ, ଭାରତରେ ନିର୍ମିତ କିମ୍ବା ବିଦେଶରୁ ଆମଦାନି ହେଉଥିବା ପ୍ରତ୍ୟେକ ନୂତନ ସ୍ମାର୍ଟଫୋନ୍ରେ ଏବେ ସଞ୍ଚାର ସାଥୀ ଆପ୍ ପୂର୍ବରୁ ଇନଷ୍ଟଲ ହୋଇ ରହିବ | ସମସ୍ତ ମୋବାଇଲ୍ ନିର୍ମାତାଙ୍କୁ ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।ନୂତନ ନିର୍ଦ୍ଦେଶ ଜାରି କରିଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ଭାରତରେ ନିର୍ମିତ କିମ୍ବା ବିଦେଶରୁ ଆମଦାନି ହେଉଥିବା ପ୍ରତ୍ୟେକ ନୂତନ ସ୍ମାର୍ଟଫୋନ୍ରେ ଏବେ ସଞ୍ଚାର ସାଥୀ ଆପ୍ ପୂର୍ବରୁ ଇନଷ୍ଟଲ ହୋଇ ରହିବ |ସଞ୍ଚାର ସାଥୀ ଆପ୍ ମୋବାଇଲ୍ ବ୍ୟବହାରକାରୀଙ୍କୁ ସୁରକ୍ଷା ପ୍ରଦାନ କରେ। ଯଦି କୌଣସି ଫୋନ୍ ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ କିଛି ମିନିଟ୍ ମଧ୍ୟରେ ରିପୋର୍ଟ କରିବା ଏବଂ ବ୍ଲକ୍ କରିବା ସମ୍ଭବ। ଏହା ମୋବାଇଲ୍ ଫୋନ୍ରେ ନକଲି ଲିଙ୍କ୍, ସ୍ପାମ୍ କଲ୍, ସନ୍ଦିଗ୍ଧ ମେସେଜ୍ ଏବଂ ଚାଲୁଥିବା ସଂଯୋଗ ଉପରେ ନଜର ରଖିବାରେ ମଧ୍ୟ ସାହାଯ୍ୟ କରେ। ଏହି ଆପ୍ର ବିଶେଷତ୍ୱ ହେଉଛି ଯେ ବ୍ୟବହାରକାରୀମାନଙ୍କୁ ଆଉ IMEI ନମ୍ବର ମନେ ରଖିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |