ଭାରତ-ଦ.ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ପିଚ୍ ପ୍ରସ୍ତୁତିର ଅନୁଧ୍ୟାନ କଲେ

କଟକ,୨।୧୨: ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଆଜି ପଡିଆରେ ପିଚ୍‌ ଯାଞ୍ଚ କରିଛନ୍ତି କ୍ୟୁରେଟର୍‌ ।  ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ କଟକ ବାରବାଟୀ ଷ୍ଟାଡ଼ିୟମ୍ରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏହାରି ଭିତରେ ବାରବାଟୀ ମ୍ୟାଚ୍ ପାଇଁ ପଡିଆରେ ପିଚ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିସିସିଆଇ କ୍ୟୁରେଟର ଆଶିଷ ଭୌମିକ । ପିଚ୍ ପ୍ରସ୍ତୁତି ସହ ପଡିଆର ପ୍ରସ୍ତୁତି ନେଇ ମଧ୍ୟ ବିସିସିଆଇ କ୍ୟୁରେଟର ଅନୁଧ୍ୟାନ କରିଛନ୍ତି ।ବାରବାଟୀ ପଡିଆରେ କ୍ୟୁରେଟର ଆଶିଷ ଭୌମିକ ପହଞ୍ଚି ପିଚ୍‌ ଯାଞ୍ଚ କରିଛନ୍ତି । କ୍ୟୁରେଟର ଆଶିଷ ଭୌମିକଙ୍କ ସହ ଓସିଏର ମୁଖ୍ୟ ଓ ଅନ୍ୟ ଗ୍ରାଉଣ୍ଡ ଷ୍ଟାଫ୍‌ ଉପସ୍ଥିତ ରହିଛନ୍ତି ।ବାରବାଟୀରେ ଟି-୨୦ ମ୍ୟାଚ ପାଇଁ ତିନୋଟି ପିଚ୍‌ ପ୍ରସ୍ତୁତ କରାଯାଇଛି । ପିଚ୍‌ ଯାଞ୍ଚ ହେବା ପରେ କେଉଁଟାରେ ଖେଳାଯିବ ତାହା ସ୍ପଷ୍ଟ ହେବ । ଡିସେମ୍ବର ୯ରେ ଏଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିପାଇଁ ଗତକାଲି ଅନଲାଇନରେ ଟିକେଟ ବିକ୍ରି ସରିଛି । ମାତ୍ର କିଛି ମିନିଟରେ ଅନଲାଇନରେ ୨୦୦୦ ଟିକେଟ ସେଲ୍‌ ହୋଇଯାଇଥିଲା । ଏବେ ଅଫଲାଇନ ଟିକେଟକୁ ଅପେକ୍ଷା କରିଛନ୍ତି କ୍ର୍ରିକେଟ ପ୍ରେମୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!