ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),,୫ା୧୨:ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଟାଙ୍ଗାନିଗୁଡା ରେ ପବିତ୍ର ଗୀତା ଜୟନ୍ତି ପାଳିତ ହୋଇ ଯାଇଛି। ଏହି ଅବସରରେ ଏକ ଧର୍ମ ସଭା ଅନୁଷ୍ଠିତ ହୋଇ ଥିଲା। ବିଶ୍ବମିତ୍ରାନନ୍ଦ ଗିରି ମହାରାଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତା, ବିଶିଷ୍ଟ ଅତିଥି ଭାବେ ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଉପଦେଷ୍ଟା ସୌଭାଗ୍ୟ ବାବା, ସମ୍ମାନିତ ଅତିଥି ଭାବେ ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର ଓ ଅତିରିକ୍ତ ତହସିଲଦାର ନାଗେଶ୍ଵର ସୌରା, ବକ୍ତା ଭାବେ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ନାୟକ ଓ ବିଶ୍ବହିନ୍ଦୁ ପରିଷଦ ର ରାମ ପ୍ରସାଦ ସାହୁ ଯୋଗଦେଇ ଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅନେକ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପ୍ରସାଦ ସେବନ ପରେ ସନ୍ଧ୍ୟା ରେ ପ୍ରବଚନ କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |