ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),,୫ା୧୨: ନବରଙ୍ଗପୁର:-ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷ ଠାରେ ଏକ ସାମାଜିକ ସୁରକ୍ଷିତ ଏବଂ ସାମାଜିକ ନ୍ୟାୟପୂର୍ଣ୍ଣ ଗ୍ରାମ ପଞ୍ଚାୟତ ଗଠନ ପାଇଁ ସମସ୍ତ ସ୍ଵର ଉଠାଇବା ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ଓ ଓଏଲଏମ ବିପିଏମ ଦୀପ୍ତି କିଶୋର ନାୟକ ପ୍ରମୁଖ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ ସମସ୍ତ ସ୍ଵର ଉଠାଇବା ୩ ଟି ଦିଗ ଯଥା:- ସାମାଜିକ ଭାବରେ ସୁରକ୍ଷିତ, ସାମାଜିକ ଭାବରେ ନ୍ୟାୟଯୁକ୍ତ ଓ ସାମାଜିକ ଭାବରେ ଶସକ୍ତ, ଗ୍ରାମ ପଞ୍ଚାୟତର ଭୂମିକା ଆଦି ଉପରେ ତାଲିମ ଦିଆଯାଇଥିଲା | ଏଥିରେ ଅଙ୍ଗନୱାଡି କର୍ମୀ ୩୦ ଜଣ, ଆଶା ୨୦ ଜଣ ଓ ଏମବିକେ- ୩ ଜଣ ମୋଟ ୫୩ ଜଣ ତାଲିମ ନେଇଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପରିଚାଳନା କରିଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |