ଚାଷୀ ଙ୍କୁ ନାକଚଣା ବଣ୍ଟନ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),,୫ା୧୨: ଡାବୁଗାଁ, ୫/୧୨ – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଚଚରାଗୁଡା ପଞ୍ଚାୟତ ଅଧୀନ ବାଣୁଆଗୁଡା ଗ୍ରାମରେ ବ୍ଲକ କୃଷି ବିଭାଗ ତରଫରୁ ଚାଷୀ ମାନଙ୍କୁ ଶୁକ୍ରବାର ମାଗଣା ରେ ନାକଚଣା ବିହନ ବଣ୍ଟନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ ଚାଷୀମାନଙ୍କୁ ବିହନ ବଣ୍ଟନ କରିଥିଲେ | ଚଳିତ ବର୍ଷ ରବି ଋତୁରେ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ନିମନ୍ତେ ଏହି ଚଣା ବିହନ ଚାଷୀଙ୍କୁ ବଣ୍ଟନ କରାଯାଇଛି | ଏଥିରେ ସମ୍ମାନୀତ ଅତିଥି ଭାବେ ଡ଼ାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋୟୀ, ଚଚରାଗୁଡା ସରପଞ୍ଚ ରଞ୍ଜୁ ଭତ୍ରା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ଭାଜପାର ନରେଶ ସିଂ, ନରୁ ସିଂ, ବ୍ଲକ କୃଷି ଅଧିକାରୀ ସୁଦେଷ୍ଣା ଧଳ, ସହକାରୀ କୃଷି ଅଧିକାରୀ ଜ୍ୟୋତିର୍ମୟୀ ତାଡ଼ିଙ୍ଗୀ, କୃଷି ଅଧିଦର୍ଶକ ମମତା ସାହୁ, ଦୀପାଳି ସମାଦାର, ଝରଣା ବାଲା ଓ ଏଟିଏମ କେ. ଉଦୟା କୁମାରୀ ଏବଂ ଚାଷୀ ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କୃଷି ଅଧିଦର୍ଶକ ସୁଶାନ୍ତ କୁମାର ରାଉତ ପରିଚାଳନା କରିଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!